ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଟଣୀରେ ସଂଗଠନ ମଜବୁତ କରିବାକୁ ବିଜେପିର ରଣନୀତି: ପୁଣି ପଦ୍ମ ଧରିବେ ସନ୍ତୋଷ ଜେନା

ଜଟଣୀ,୨୯/୦୩: ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ କିପରି ମୁକାବିଲା କରିବ ବିଜେପି । ଏହି ନିର୍ବାଚନମଣ୍ଡଳୀର ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କଲା ପରେ ଏଠାରେ ଏପରି ଚର୍ଚ୍ଚା ଜୋର୍‌ ଧରିଛି।  ଏହି ବିଧାନସଭା କ୍ଷେତ୍ରରେ ବିଜେପି  ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ମଧ୍ୟ ଅଡ଼ୁଆ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ଏପରି ପରିସ୍ଥିତିର ସମ୍ମୁଖୀନ ହେବା ସହ ଏଠାରେ ବିଜେଡ଼ିର ବୃଦ୍ଧି ପାଇଥିବା ଶକ୍ତିକୁ ମୁକାବିଲା କରିବାକୁ  ବିଜେପି ମଧ୍ୟ ଆରମ୍ଭ କରିଛି ରଣନୀତି । ସନ୍ତୋଷ ଜେନାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ଆରମ୍ଭ କରିଛି ମିଶନ  ା ଆସନ୍ତା ୩୦ ତାରିଖରେ ଶତାଧିକ  ସମର୍ଥକଙ୍କ ସହିତ ସେ ବିଜେପିରେ ମିଶିବେ ବୋଲି ସନ୍ତୋଷ ନିଜେ କହିଛନ୍ତି  ା ଦଳରୁ ଏଠାରେ ବିଧାୟକ ପ୍ରାର୍ଥୀ ହେବା  ପାଇଁ ଆଶାୟୀ ଥିବା ସୁଦୀପ୍ତ ରାୟ, ବିଶ୍ୱରଂଜନ ବଡ଼ଜେନା, ଅର୍ଦ୍ଧେନ୍ଦୁ ଦାସ ଓ  ନୂତନ ଭାବେ ମିଶିବାକୁ ଯାଉଥିବା ସନ୍ତୋଷ  ଜେନା ୪ ଜଣଙ୍କୁ ଏକାଠି କରି ଜଟଣୀରେ ବିଜେଡ଼ିର ମୁକାବିଲା କରିବା ପାଇଁ ବିଜେପି ଏପରି ସମୀକରଣ ଆରମ୍ଭ କରିଛି ।  

ଗତ ସାଧାରଣ ନିର୍ବାଚନରେ  ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ  ଥିବା ସନ୍ତୋଷ ଟିକେଟରୁ ବଂଚିତ  ହେବା ପରେ ବିଜେପିରୁ ଇସ୍ତଫା ଦେଇ  ବିଜେଡ଼ିରେ ଯୋଗଦେଇଥିଲେ । ହେଲେ  ଦଳବିରୋଧୀ କାର୍ଯ୍ୟ ପାଇଁ ୮ ମାସ ପୂର୍ବେ  ତାଙ୍କୁ ଦଳରୁ ବିଦା କରିଥିଲା ବିଜେଡ଼ି ।  ତେବେ ସେ ସମର୍ଥକଙ୍କୁ ଧରି ସଂଗଠନ  କରିବା ସହ ନିର୍ବାଚନ ମଣ୍ଡଳୀ ସାରା ବୁଲି  ଲୋକସଂପର୍କ ରଖୁଥିଲେ । ଆବଶ୍ୟକ  ପଡ଼ିଲେ ସେ ସ୍ୱାଧୀନ ଭାବେ ନିର୍ବାଚନ  ଲଢ଼ିବେ ବୋଲି କହୁଥିଲେ । ହେଲେ  ମନ୍ମଥଙ୍କ ବିଜେଡ଼ିରେ ମିଶ୍ରଣ ପରେ  ଜଟଣୀରେ ଦଳର ବୃଦ୍ଧି ପାଇଥିବା ଶକ୍ତିକୁ  ବ୍ରେକ୍‌ ଦେବା ପାଇଁ ସନ୍ତୋଷଙ୍କୁ ପୁଣି  ଦଳକୁ ଫେରାଇ ଆଣିବା ପାଇଁ ବିଜେପି  ଏପରି ରଣନୀତି କରୁଥିବା ଆଲୋଚନା  ହେଉଛି । ମନ୍ମଥ ବିଜେଡ଼ିରେ ସାମିଲ  ହେବା ଓ ତାଙ୍କ ବାପା ସୁର ରାଉତରାୟଙ୍କ  ନୀରବତା ଏଠାରେ କଂଗ୍ରେସ ଦଳକୁ  ଏକ ପ୍ରକାର ଦୁର୍ବଳ ସ୍ଥିତିକୁ ନେଇଆସିଛି  ା ତଥାପି କଂଗ୍ରେସ ଟିକଟ ପାଇଁ  ଆଶାୟୀ ଥିବା ସୁରଙ୍କ ପୁତୁରା ତଥା  ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ  ରାଉତରାୟ, ଟାଉନ୍‌ କଂଗ୍ରେସ ସଭାପତି  ଅଶୋକ ମଙ୍ଗରାଜ, ରସିକ ପଟ୍ଟନାୟକ  ଓ ଅନ୍ୟମାନେ ଦୁର୍ବଳ ସ୍ଥିତିରେ ଥିବା  ଦଳକୁ ପୁନଃ ସଂଗଠିତ ଓ ସଜାଡ଼ିବା  ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ  ଏଥିରେ କେତେଦୂର ସଫଳ ହେଉଛନ୍ତି  ଆଗାମୀ ନିର୍ବାଚନରେ ଜଣାପଡ଼ିବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.