ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଋଣଗ୍ରହୀତାଙ୍କ ଠାରୁ EMI ଆଦାୟ ପାଇଁ ବ୍ୟାଙ୍କର ସ୍ୱତନ୍ତ୍ର ଯୋଜନା , SBI ଆପଣଙ୍କ ଘରକୁ ପଠାଇବ ଚକୋଲେଟ

ନୂଆଦିଲ୍ଲୀ – ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍‌ ଏସବିଆଇ ଋଣଗ୍ରହୀତା , ବିଶେଷକରି ଖୁଚୁରା ଗ୍ରାହକଙ୍କ ଠାରୁ ନିର୍ଦ୍ଦିଷ୍ଟ ସମୟରେ ମାସିକ କିସ୍ତି (ଇଏମଆଇ)ର ଆଦାୟ ପାଇଁ ଏକ ନିଆରା ପ୍ଲାନିଂ ଆରମ୍ଭ କରିଛି। ବ୍ୟାଙ୍କ କହିଛି ସେ ମାସିକ କିସ୍ତି ଦେଉନଥିବା ବ୍ୟକ୍ତିଙ୍କ ପାଖକୁ ଚକୋଲେଟ ପଠାଇବ। ଏସବିଆଇ ମୁତାବିକ, କିସ୍ତି ଦେବାରେ ବିଳମ୍ୱ ବା ଡିଫଲ୍ଟର  ଥିବା ଋଣକର୍ତ୍ତା ବ୍ୟାଙ୍କ ଦ୍ୱାରା ମନେପକାଇ ଦେବା ପରେ ବି କୌଣସି ଜବାବ ଦିଅନ୍ତି ନାହିଁ। ଏଥିରେ ଋଣଗ୍ରହୀତାଙ୍କ ପାଖକୁ ବିନା ମେସେଜରେ ଚକୋଲେଟ ନେଇ ପହଞ୍ଚିବା ଭଲ ବିକଳ୍ପ ହେବ। ଏହି ପଦକ୍ଷେପ ଭଲ ଭାବେ କରଜ ଆଦାୟର ଉଦ୍ଦେଶ୍ୟ ନେଇ ନିଆଯାଉଛି। 

ଏସବିଆଇର ଅଧିକାରୀ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି , ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ର ଉପଯୋଗ କରୁଥିବା ଦୁଇ ଫିନଟେକ କମ୍ପାନୀଙ୍କ ସହ ଆମେ ନିଜର ଖୁଚୁରା ଋଣଗ୍ରହୀତାଙ୍କୁ ତାଙ୍କର ଋଣ ପରିଷୋଧ ଦାୟିତ୍ୱକୁ ମନେପକାଇ ଦେବାକୁ ଏର ନୂଆ ଉପାୟ ଆପଣାଇଛୁ। 

ଅଧିକାରୀ ଆହୁରି କହିଛନ୍ତି , ଚକୋଲେଟ୍‌ ପ୍ୟାକେଟ ନେଇ ତାଙ୍କୁ (ଋଣଗ୍ରହୀତା) ବ୍ୟକ୍ତିଗତ ଭାବେ ଭେଟିବାର ନୂଆ ଉପାୟ ଆପଣା ଯାଇଛି , କାରଣ ଋଣଗ୍ରହୀତାଙ୍କୁ ଫୋନ କରି ମନେପକାଇବା ପରେ ବି ସେମାନେ କଲ୍‌ର ଜବାବ ଦିଅନ୍ତି ନାହିଁ , ତ ସବୁଠୁ ଭଲ ଉପାୟ ଆପଣ କିଛି ନକହି ତାଙ୍କ ଘରକୁ ଯାଇ ତାଙ୍କୁ ଆଶ୍ଚର୍ଯ୍ୟ କରିଦେବା। ବର୍ତ୍ତମାନ ସୁଦ୍ଧା ସଫଳତାର ହାର ଭଲ ରହିଛି। ତିୱାରୀ ଉଭୟ କମ୍ପାନୀର ନାଁ କହିବାକୁ ମନା କରିଦେଇଛନ୍ତି। କହିଛନ୍ତି ଏହି ପଦକ୍ଷେପ ଏବେ ପରୀକ୍ଷାମୂଳକ ଭାବେ ଅଛି ଏବଂ ଏହାକୁ ପାଖାପାଖି ୧୫ ଦିନ ପୂର୍ବରୁ ଲାଗି କରାଯାଇଛି ଏହଂ ସଫଳ ହେବା ପରେ ଆମେ ଔପଚାରିକ ଭାବେ ଏହାର ଘୋଷଣା କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.