ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଓଲିଉଡ୍‌ ନାୟିକାଙ୍କ ରୋଷ୍ଟିଂ ଭିଡିଓ ଘଟଣା: ମୋବାଇଲ୍‌ ଜବତ, ବନ୍ଧା ହେଲେ ଯୁବକ

କଟକ,୧୧/୦୯: ସୋସିଆଲ୍‌ ମିଡିଆର ଚର୍ଚ୍ଚିତ ଚେହେରା ତଥା ଓଲିଉଡ୍‌ର ଜଣେ ନବାଗତ ନାୟିକାଙ୍କ ଭିଡିଓକୁ ଆପତ୍ତିଜନକ ଭାଷାରେ ରୋଷ୍ଟିଂ କରିବା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯେଉଁ ଯୁବକଜଣକ ୟୁଟ୍ୟୁବ୍‌ ପେଜ୍‌ରେ ରୋଷ୍ଟିଂ ଭିଡିଓ ପୋଷ୍ଟ କରିଥିଲା ତାକୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ କଂସ କେନ୍ଦୁଆ ଗ୍ରାମର ରାଜେନ୍ଦ୍ର ଜେନାଙ୍କ ପୁଅ ବାବୁ ଓରଫ ଶ୍ରୀତମ ଜେନା(୨୦) । ତା’ନିକଟରୁ ଏକ ମୋବାଇଲ ଫୋନ୍‌ ଜବତ ହୋଇଛି । ଅଭିଯୁକ୍ତକୁ  କୋର୍ଟଚାଲାଣ କରାଯାଇଥିବା ଡିସିପି ପିନାକ୍‌ ମିଶ୍ର ସୂଚନା ଦେଇଛନ୍ତି । 

 ୟୁଟ୍ୟୁବ୍‌ରେ ‘ଆଇ ଆମ୍‌ ଇଣ୍ଡିଆ ଡନ୍‌ ଅଫିସିଆଲ୍‌’ ନାମରେ ଶ୍ରୀତମ୍‌ ଏକ ପେଜ୍‌ ତିଆରି କରିଛି । ଏହି ପେଜ୍‌ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇଛି । ଏଥିରେ ଶତାଧିକ ଭିଡିଓ ରହିଛି । ମାସକ ତଳେ ଏହି ପେଜ୍‌ରେ ଏକ ରୋଷ୍ଟିଂ ଭିଡିଓ ପୋଷ୍ଟ କରାଯାଇଥିଲା । ୬ ମିନିଟ୍‌ର ଏହି ଭିଡିଓରେ ସୋସିଆଲ୍‌ ମିଡିଆର ଜଣେ ଚର୍ଚ୍ଚିତ ଚେହେରା ତଥା ଓଲିଓଡ୍‌ର ଜଣେ ନାବାଗତା ନାୟିକାଙ୍କର ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ନେଇ ରୋଷ୍ଟିଂ କରାଯାଇଛି । ଏଥିରେ ଶ୍ରୀତମ ଅତିଆପତ୍ତିଜନକ ଭାଷା ପ୍ରୟୋଗ କରିଛି । ସଂପୃକ୍ତ ଯୁବତୀ ଜଣକ କଟକ ସିଡିଏରେ ରହୁଛନ୍ତି । ସେ ଏହି ରୋଷ୍ଟିଂ ଭିଡିଓକୁ ଦେଖିବା ପରେ ମାନସିକ ଆଘାତ ପାଇବା ସହ କଟକ ସାଇବର ଥାନାରେ ଗତ ୧ ତାରିଖରେ ଏତଲା ଦାଏର କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଭିଡିଓ ସଂପର୍କରେ ୟୁଟ୍ୟୁବ୍‌ରୁ ତଥ୍ୟ ଆସିବା ପରେ ଉକ୍ତ ପେଜ୍‌ଟି କେନ୍ଦୁଝର ଘଷିପୁରା ଅଞ୍ଚଳର ବାବୁ ଓରଫ ଶ୍ରୀତମ ଜେନାର ବୋଲି ଜଣାପଡ଼ିଲା । ପୁଲିସ ଆଜି ଘଷିପୁରାରୁ ଅଭିଯୁକ୍ତ ବାବୁକୁ ଗିରଫ କରି କୋର୍ଟଚାଲାଣ କରିଛି । 

ପୁଲିସର କହିବାନୁସାରେ, ବାବୁର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ଫେଲ୍‌ । ୟୁଟ୍ୟୁବ୍‌ରେ ଅନ୍ୟ ଯୁବକମାନେ ବହୁ ରୋଷ୍ଟିଂ ଭିଡିଓ କରି ଫଲୋଅର ବଢ଼ାଇ ଟଙ୍କା ରୋଜଗାର କରୁଥିବା ଜାଣିବା ପରେ ସେ ପ୍ରାୟ ଅଢ଼େଇ ବର୍ଷ ହେବ ରୋଷ୍ଟିଂ ଭିଡିଓ କରି ୟୁଟ୍ୟୁବ୍‌ରେ ପୋଷ୍ଟ୍‌ କରୁଛି । ଏଯାବତ୍‌ ସେ ୩୦ରୁ ଅଧିକ ଚର୍ଚ୍ଚିତ ଚେହେରାଙ୍କର ଭିଡିଓକୁ ନେଇ ଆପତ୍ତିଜନକ ରୋଷ୍ଟିଂ ଭିଡିଓ କରି ପୋଷ୍ଟ କରିଛି । ମାତ୍ର କେବେ କେହି ଏଭଳି ଭିଡିଓ ନେଇ ପୁଲିସ ପାଖରେ ଅଭିଯୋଗ କରିନଥିଲେ । ପ୍ରଥମ ଥର ଏଭଳି ଅଭିଯୋଗ ହେବା ପରେ ପୁଲିସ ଉକ୍ତ ଭିଡିଓକୁ ୟୁଟ୍ୟୁବ୍‌ରୁ ଡିଲିଟ୍‌ କରିବା ସହ ବାବୁକୁ ଗିରଫ କରିଛି । 

Copyright © 2022 - Summa Real Media Private Limited. All Rights Reserved.