ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରୁ ୫ ମାସ ପରେ ଭାରତ ଫେରିଲେ ଅଞ୍ଜୁ, ପ୍ରେମିକ ନସରୁଲ୍ଲାଙ୍କ ପାଇଁ ହୋଇଥିଲେ ଫାତିମା

ନୂଆଦିଲ୍ଲୀ,୨୯।୧୧:  ରାଜସ୍ଥାନ ଭିଓ୍ବଣ୍ଡିର ଅଞ୍ଜୁ ପ୍ରାୟ ୫ ମାସ ପରେ ପାକିସ୍ତାନରୁ ଭାରତ ଫେରିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ନସରୁଲ୍ଲାହ ତାଙ୍କୁ ଓ୍ବାଘା ବର୍ଡରରେ ଛାଡିବାକୁ ପହଞ୍ଚିଥିଲେ। ସେ କହିଛନ୍ତି, ଅଞ୍ଜୁ ତାଙ୍କ ପିଲାଙ୍କୁ ଦେଖା କରିବାକୁ ଭାରତ ଯାଉଛନ୍ତି। ଏହା ଭିତରେ ବିଭିନ୍ନ ସୁତ୍ରରୁ ଖବର ମିଳିଛି ଯେ, ଅଞ୍ଜୁଙ୍କୁ ବିଭିନ୍ନ ତଦନ୍ତକାରୀ ଏଜେନ୍ସିର ପ୍ରଶ୍ନର ସାମନା କରିବାକୁ ପଡିପାରେ। ଏଜେନ୍ସି ଗୁଡିକ ପକ୍ଷରୁ ତାଙ୍କୁ ପଚରା ଉଚରା କରାଯିବ। ନସରୁଲ୍ଲାହ ଏହା ମଧ୍ୟ କହିଛନ୍ତି ଯେ, ପିଲାଙ୍କୁ ଭେଟିବା ପରେ ଅଞ୍ଜୁ ପୁଣିଥରେ ପାକିସ୍ତାନ ଫେରି ଆସିବେ। ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଜୁଲାଇରେ ଅଞ୍ଜୁ ପାକିସ୍ତାନ ଚାଲିଯାଇଥିଲେ, ସେଠାରେ ସେ ଇସଲାମ ଧର୍ମକୁ ଗ୍ରହଣ କରି ନସରୁଲ୍ଲା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ।

ଅଞ୍ଜୁ ପାକିସ୍ତାନରେ ଇସଲାମ୍ ଗ୍ରହଣ କରି ନସରୁଲ୍ଲାଙ୍କୁ ବିବାହ କରି ନିଜର ନାଁ ବଦଳାଇ ଦେଇଥିଲେ। ‌ସେ ନିଜ ନାଁ ଫାତିମା ରଖିଥିଲେ। ଆଶଙ୍କା ରହିଛି ଯେ, ଅଞ୍ଜୁଙ୍କର ତାଙ୍କ ପୂର୍ବତନ ସ୍ବାମୀ ଅରବିନ୍ଦଙ୍କ ସହ ବିବାଦ ବଢିପାରେ। ବିବାଦ ବଢିଲେ ଅରବିନ୍ଦ ପୋଲିସର ସାହାଯ୍ୟ ନେବେ ବୋଲି କହିଛନ୍ତି। ଅଞ୍ଜୁ ଓ ଅରବିନ୍ଦଙ୍କର ଦୁଇଟି ସନ୍ତାନ ଅଛନ୍ତି। ପିଲାମାନେ ଏବେ ଅରବିନ୍ଦଙ୍କ ପାଖରେ ଅଛନ୍ତି। ଅରବିନ୍ଦ କହିଛନ୍ତି ସେ ପିଲାଙ୍କୁ ଅଞ୍ଜୁଙ୍କ ସହ ଦେଖା କରାଇ ଦେବେନି।

ଅରବିନ୍ଦ ନିଜ ପିଲାଙ୍କ ପାଇଁ ପୂର୍ବରୁ ପୋଲିସ ପାଖକୁ ଯାଇ ସାରିଛନ୍ତି। ସ୍ଥାନୀୟ ପୋଲିସ ଓ ତଦନ୍ତକାରୀ ଏଜେନ୍ସି ଅଞ୍ଜୁଙ୍କୁ ପଚରା ଉଚରା କରିପାରେ। ବର୍ତ୍ତମାନ ଅଞ୍ଜୁଙ୍କ ବୟାନ ସାମନାକୁ ଆସିନାହିଁ। ଭାରତରେ ତାଙ୍କର କ’ଣ କାର୍ଯ୍ୟ ରହିଛି ତାହା ମଧ୍ୟ ଏବେ ଦେଖିବାର ଅଛି। ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ ପୂର୍ବରୁ ଏହା ମଧ୍ୟ ଦାବି କରିଛନ୍ତି ଯେ, ଅଞ୍ଜୁ ତାଙ୍କୁ ବିବାହ ପ୍ରସ୍ତାବ ରଖିଥିଲ। ଭାରତରେ ବିନା ଛାଡପତ୍ରରେ ଦ୍ବିତୀୟ ବିବାହ ବେଆଇନ ବୋଲି କୁହାଯାଏ। ଏଭଳି ସ୍ଥିତିରେ ଅଞ୍ଜୁଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.