ନୂଆଦିଲ୍ଲୀ,୧୯।୪: ଗୁଜରାଟର କଚ୍ଛରୁ ମିଳିଛି ବେଶ୍ ପ୍ରାଚୀନ ଜୀବାଶ୍ମ। ଏହି ଜୀବାଶ୍ମ ବାସୁକୀ ନାଗର ବୋଲି କୁହାଯାଛି। ଏହା ଦୁନିଆର ସବୁଠାରୁ ବଡ଼ ନାଗ ଥିଲା। ଏହାଠାରୁ ଆନାକୋଣ୍ଡ ମଧ୍ୟ ବଡ ନୁହେଁ। ନା କି ଡାଇନୋସର ଯୁଗର ବିଶାଳକାୟ ଟି.ରେକ୍ସ ଡାଇନୋସର। ବାସୁକୀ ନାଗର ଜୀବାଶ୍ମ କଚ୍ଛର ପାନଧରୋ ଲାଇଟନାଇଟ୍ ଖାଦାନରୁ ମିଳିଛି। ଏହା ହେଉଛି ସେହି ସାପ, ଯେଉଁଥିରେ ସାଗର ମନ୍ଥନ ହୋଇଥିଲା।ଏନେଇ ନେଇ ପୌରାଣିକ କଥା ମଧ୍ୟ ରହିଛି। ଏହା ସାହାର୍ଯ୍ୟରେ ମନ୍ଦାର ପର୍ବତକୁ ସମୁଦ୍ରରେ ମନ୍ଥନ କରାଯାଇଥିଲା। ଯାହାଫଳରେ ସମୁଦ୍ରରୁ ଅମୃତ ଓ ବିଷ ଭଳି ବହୁ ଜିନିଷ ବାହାରିଥିଲା। ବୈଜ୍ଞାନିକମାନେ ଏହି ଖଣିରୁ ବାସୁକୀ ନାଗର ୨୭ ଖଣ୍ଡ ମେରୁଦଣ୍ଡ ହାଡ ଉଦ୍ଧାର କରିଛନ୍ତି। ଏହାର ବୈଜ୍ଞାନିକ ନାମ Vasuki Indicus ରହିଛି।
ବୈଜ୍ଞାନିକମାନେ କହିଛନ୍ତି, ଏହାର ଆକୃତି ବିଶାଳକାୟ ଥିଲା, ଯେଉଁଭଳି ଆଜିକାଲି ଅଜଗରର ରହିଛି। କିନ୍ତୁ ଏହା ବିଷାକ୍ତ ନୁହେଁ। ଜର୍ନାଲ ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶ ପାଇଥିବା ଷ୍ଟଡି ଅନୁସାରେ, ଆଇଆଇଟି ରୁରକୀର ଜୀବାଶ୍ମ ବିଜ୍ଞାନୀ ଦେବଜିତ ଦତ୍ତ କହିଛନ୍ତି, ଏହାର ଆକାର କହୁଛି ଏହା ବାସୁକୀ ନାଗ। ଧିମା ଗତିରେ ଚାଲୁଥିବା ବିପଦଜନକ ଶିକାରୀ ।ଏହା ଆନାକୋଣ୍ଡ ଓ ଅଜଗର ଭଳି ନିଜ ଶିକାରକୁ ଚାପିକି ମାରି ଦେଇଥାଏ। ବିଶ୍ବରେ ଯେତେବେଳେ ତାପମାତ୍ରା ବଢିଲା ଏହାର ସଂଖ୍ୟା ମଧ୍ୟ କମିଲା। କୁହାଯାଉଛି ଏହାର ଲମ୍ବା ୩୬ରୁ ୨୯ ଫୁଟ ପର୍ଯ୍ୟନ୍ତ ଥିଲା। ଓଜନ ଏକ ହଜାର କିଲୋଗ୍ରାମ ପାଖାପାଖି ଥିଲା। ବାସୁକୀ ନାଗ ହିନ୍ଦୁ ଭଗବାନ ଶିବଙ୍କ ନାଗ କୁହାଯାଏ। ଏହି ସାପକୁ ରାଜା କୁହନ୍ତି। ଏହି ସାପ ସେନେଜାଇକ୍ କାଳରେ ରହୁଥିଲା। ଅର୍ଥାତ ପ୍ରାୟ ୬.୬୦ କୋଟି ବର୍ଷ ପୂର୍ବେ। ସେତେବେଳେ ଡାଇନୋସର ଯୁଗର ଅନ୍ତ ହୋଇସାରିଥିଲା।
ବାସୁକୀ ନାଗର ମେରୁଦଣ୍ଡ ହାଡର ସବୁଠାରୁ ବଡ ଅଂଶ ମିଳିଛି, ଯାହାକି ସାଢେ ୪ ଇଞ୍ଚ ଚଉଡା। ଏଥିରୁ ଜଣାଯାଏ ଏହାର ଶରୀର ୧୭ ଇଞ୍ଚ ଚଉଡା। ଏହାର ମୁଣ୍ଡର ଖପୁରୀ ଏଯାଏଁ ମିଳିନାହିଁ, ତେବେ ଯାଞ୍ଚ ଜାରି ରହିଛି। ବୈଜ୍ଞାନିକମାନେ ଏହା ଜାଣି ପାରିନାହାନ୍ତି ଯେ,ବାସୁକୀ ନାଗ କ’ଣ ଖାଉଥିଲା ? କିନ୍ତୁ ଆକାର ଦେଖିକି ଲାଗୁଛି ସେତେବେଳେ ବିଶାଳକାୟ କୁମ୍ଭୀର ଖାଉଥିଲା। ଆଖପାଖରୁ ବହୁ କୁମ୍ଭୀର, କଇଁଛ ଓ ହ୍ବିଲ ମାଛର ଜୀବାଶ୍ମ ମିଳିଛି। ବାସୁକି Madtsoiidae ଫ୍ୟାମିଲିର ସାପ। ଏହି ସାପ ୯ କୋଟି ବର୍ଷ ପୂର୍ବେ ପୃଥିବୀରେ ଥିଲା, ଯାହାକି ୧୨ ହଜାର ବର୍ଷ ପୂର୍ବେ ଶେଷ ହୋଇଯାଇଛି। ଏହି ସାପ ଭାରତରୁ ନେଇ ଦକ୍ଷିଣ ୟୁରୋସିୟା, ଉତ୍ତର ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଥିଲା। ଯେତେବେଳେ ୟୁରୋସିୟା ୫ କୋଟି ବର୍ଷ ପୂର୍ବେ ଏସିଆ ସହ ମାଡ଼ ହେଲା, ସେତେବେଳେ ଭାରତ ସୃଷ୍ଟି ହୋଇଥିଲା।