ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁସି ଖବର : ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂର ୭ ମାସ ପରେ ଆସିଲା ଏହି ଅପଡେଟ୍‌

ନୂଆଦିଲ୍ଲୀ : ଗତ ବର୍ଷ ଇସ୍ରୋ ୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ କରାଇ ଇତିହାସ ରଚିଥିଲା। ଭାରତ ଦୁନିଆର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ଗୌରବ ହାସଲ କରିଛି। ଏହାପରେ ପୂରା ଦୁନିଆରୁ ଭାରତୀୟ ବୈଜ୍ଞାନକଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇସ୍ରୋ ସେଣ୍ଟର ଯାଇ ଚନ୍ଦ୍ରଯାନ-୩ ପ୍ରୋଜେକ୍ଟରେ ସାମିଲ ଥିବା ବୈଜ୍ଞାନିକଙ୍କୁ ସାକ୍ଷାତ କରିଥିଲେ। ସେଠାରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ ହୋଇଥିଲା, ଏହି ସ୍ଥାନର ନାଁ ଶିବ ଶକ୍ତି ପଏଣ୍ଟ ରଖି ଦେଇ ଥିଲେ। ଏବେ ଏହାକୁ ନେଇ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି। ଉଲ୍ଲେଖନୀୟ ଯେ, ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ (ଆଇଏୟୁ) ୧୯ ମାର୍ଚ୍ଚରେ ଶିବ ଶକ୍ତି ନାମକୁ ଆପ୍ରୁଭ କରି ଦେଇ ଥିଲେ। ଅର୍ଥାତ୍‌ ଏବେ ଅଫିସିଆଲି ଭାବେ ସେହି ସ୍ଥାନରେ ଚନ୍ଦ୍ରଯାନ-୩ ଓହ୍ଲାଇଛି , ଏହାକୁ ଶିବ ଶକ୍ତି ପଏଣ୍ଟ ଭାବେ ସାରା ଦୁନିଆ ଜାଣିବ।

ଗ୍ରହଙ୍କ ନାମକରଣର ଗ୍ୟାଜେଟିୟର ମୁତାବିକ,ଗ୍ରହୀୟ ସିଷ୍ଟମ ନାମକରଣ ପାଇଁ ଆଇଏୟୁ ୱାର୍କିଙ୍ଗ ଗ୍ରୁପ୍‌ ଚନ୍ଦ୍ରଯାନ -୩ର ବିକ୍ରମ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ସାଇଟ୍‌ ପାଇ ଶିବ ଶକ୍ତିନାମକୁ ମଞ୍ଜୁରୀ ଦେଇ ସାରିଛି। କୌଣସି ବି ସ୍ୱତନ୍ତ୍ର ସ୍ଥାନର ନାମକରଣ କରିବା ପରି , ଗ୍ରହମାନଙ୍କର କୌଣସି ବି ସ୍ଥାନକୁ ବିଶେଷ ରୂପେ ଚିହ୍ନଟ ପାଇଁ ଏହାର ନାମକରଣ କରାଯାଏ। ଏଥିରେ ଭବିଷ୍ୟତରେ ଏହି ସ୍ଥାନକୁ ସହଜ ବିଷୟରେ ଜାଣିପାରିବା। ଏହାକୁ ଲୋକେ ଆଲୋଚନା କରି ପାରିବେ। 

କହି ରଖୁଛୁ କି ୨୩ ଅଗଷ୍ଟ ୨୦୨୩ ରେ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂର ୩ଦିନ ପରେ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ସେଣ୍ଟରରେ ଏହା ନାମର ଘୋଷଣା କରିଥିଲେ। 

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରି ଥିବା ସ୍ଥାନର ନାଁ ଶିବ ଶକ୍ତି ହେବ, ଯେଉଁଠି ୨୦୧୯ରେ ଚନ୍ଦ୍ରଯାନ -୨ କ୍ରାଶ୍‌ ହୋଇ ଲ୍ୟାଣ୍ଡିଂ କରିଥିଲା, ଏହାକୁ ତ୍ରିରଙ୍ଗା ନାମ ଦିଆ ଯାଇଛି। ଏହା ବ୍ୟତୀତ, ୨୩ ଅଗଷ୍ଟରେ ହିଁ ପ୍ରତି ବର୍ଷ ନ୍ୟାସନାଲ ସ୍ପେସ୍‌ ଡେ ପାଳନ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.