ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଶୀ ବିଶ୍ବନାଥ ମନ୍ଦିରର ପୂଜାରୀଙ୍କୁ ମିଳିବ ୯୦ ହଜାର ଟଙ୍କାର ଦରମା, ରାଜ୍ୟ କର୍ମଚାରୀଙ୍କ ଭଳି ମିଳିବ ଭତ୍ତା

ନୂଆଦିଲ୍ଲୀ,୯।୨: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାଇଁ ୫୦ ପୂଜାରିଙ୍କୁ ନିଯୁକ୍ତି କରାଯିବ। ପୂଜାରୀଙ୍କ ନିଯୁକ୍ତି ତିନୋଟି ଶ୍ରେଣୀରେ ହେବ। ବରିଷ୍ଠ ଅର୍ଚକ ୯୦ ହଜାର, କନିଷ୍ଠ ଅର୍ଚକ ୭୦ ହଜାର ଓ ସହାୟକ ଅର୍ଚକ ୪୫ ହଜାର ପ୍ରତି ମାସ ବେତନ ଦିଆଯିବ।  କେବଳ ସେତିକି ନୁହେଁ ପୂଜାରୀଙ୍କୁ ରାଜ୍ୟ କର୍ମଚାରୀଙ୍କ ଭଳି ବହୁ ଭତ୍ତା ମଧ୍ୟ ଦିଆଯିବ। ଉଲ୍ଲେଖନୀୟ ଯେ, କାଶୀ ବିଶ୍ବନାଥ ମନ୍ଦିର ନ୍ୟାସର ୧୦୫ ତମ ବୈଠକରେ ପୂଜାରୀ ସେବା ନିୟମାବଳୀକୁ ନେଇ ସହମତି ପ୍ରକାଶ ପାଇଛି।

ଉଲ୍ଲେଖନୀୟ ଯେ, କମିଶନର ସଭାଗାରରେ ଆୟୋଜିକ ବୈଠକର ଆରମ୍ଭ ନ୍ୟାସ ଅଧ୍ୟକ୍ଷ ପ୍ରୋଫେସର ନାଗେନ୍ଦ୍ର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ମନ୍ଦିର ପକ୍ଷରୁ ସଂସ୍କୃତ ପ୍ରତିଯୋଗିତା ହେବ। ଏହା ଅନ୍ତଃ ବିଦ୍ୟାଳୟ ସହିତ ସବୁ ସ୍ତରରେ କରାଯିବ। ସହରର ଷ୍ଟେସନ୍‌ ଓ ବସ୍ ଷ୍ଟାଣ୍ଡରେ ରହୁଥିବା ଲୋକଙ୍କୁ ପ୍ରତିଦିନ ବାବାଙ୍କ ପ୍ରସାଦ ତିଆରି କରି ବିତରଣ କରାଯିବ। ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ବିଶ୍ବ ଭୂଷଣ ମିଶ୍ର କହିଛନ୍ତି ମନ୍ଦିରର ଅନ୍ନକ୍ଷେତ୍ରରେ ପ୍ରସାଦ ତିଆରି କରି ମନ୍ଦିରର ବାହନରୁ ପ୍ୟାକେଜିଂ କରିବା ପରେ ମଧ୍ୟାହ୍ନରେ ବିତରଣ କରାଯିବ। ପ୍ରସାଦରେ ଖେଚୁଡି, ଛୋଲେ ଓ ପୁରୀ ଆଦିର ପ୍ରସ୍ତାବ ରହିଛି।

ବୈଠକରେ ଭୂମି ଓ ଭବନର ଉପଯୋଗ ପାଇଁ ଏକ ଆର୍କିଟେକ୍ଟ କମ୍ପାନୀକୁ ମୁତୟନ କରିବା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ବଢୁଥିବା ଦର୍ଶନାର୍ଥୀଙ୍କ ସଂଖ୍ୟାକୁ ଦେଖି ସୁବିଧା ବଢାଇବାର ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଭୂମି ଭବନର କ୍ରୟ କରି ସଡକକୁ ଚଉଡା, ପାର୍କିଂ ଆଦି କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.