ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୋହଲିଙ୍କ ଜବ୍‌ରା ଫ୍ୟାନ୍: "ବିରାଟ' ଡାକରେ ବଢ଼ିଯାଏ ଯୋଶ୍‌, ମ୍ୟାଚ୍‌ ଥିଲେ ବେପାର ଛାଡ଼ି ଦେଖନ୍ତି ଖେଳ

କଟକ,୦୯/୧୧: ଜର୍ସିର ପଛପଟେ ଲେଖା ହୋଇଛି ବିରାଟ । ବାଟଘାଟେ ଯିବା ବେଳେ କେହି  ପିଠି ପଟୁ ପଢ଼ି ବିରାଟ ବୋଲି ଡାକିଦେଲେ ପାଦ  ଅଟକି ଯାଏ । ମନ ଖୁସି ହୋଇଯାଏ । କାମଧନ୍ଦା  କଲା ବେଳେ ବିରାଟ ବୋଲି କେହି ଡାକିଦେଲେ  ମନରେ ଯୋଶ୍‌ ବଢ଼ିଯାଏ । ବିରାଟ କୋହଲିଙ୍କର  ଯେଉଁଦିନ ଖେଳ ଥାଏ, ସେଦିନ କାମଧନ୍ଦା ଏବଂ  ଗୁପଚୁପ୍‌ ବେପାର  ବନ୍ଦ । ୟେ ହେଲେ  ବିରାଟ କୋହଲିଙ୍କର  ବିରାଟ ପ୍ରଶଂସକ  ପ୍ରଦୀପ କୁମାର ମହତ । ଘର ବିହାର ଜିଲ୍ଲା  ଦରଭଙ୍ଗା ଜିଲ୍ଲାରେ । ଜନ୍ମ କିନ୍ତୁ କଟକ ରାଣୀହାଟ  ଅଞ୍ଚଳରେ । ସେ ଏଠାରେ ମା’ଙ୍କ ସହ ରହିଆସୁଛନ୍ତି ।  

ପ୍ରଦୀପ କହନ୍ତି, ‘ମତେ କାହିଁକି ବିରାଟ ଭାଲ ଲାଗନ୍ତି ସେ କଥା ମୁଁ ଜାଣିନି । ଛୁଆ ବେଳୁ ମୁଁ  ଦେଖିଆସୁଛି ସେ ଭଲ ବ୍ୟାଟିଂ କରନ୍ତି । ତାଙ୍କ ଖେଳ ମୋତେ ଭଲ ଲାଗେ । ସେଥିପାଇଁ ମୁଁ ତାଙ୍କର ବଡ଼ ଫ୍ୟାନ୍‌ ।’ ପ୍ରଦୀପ କହନ୍ତି ‘୨୦୧୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ମ୍ୟାଚ୍‌ ଖେଳୁଥିବା ବେଳେ ଷ୍ଟାଡିୟମ୍‌ ବାହାରେ ବିରାଟଙ୍କ ନାଁ ଲେଖା ଥିବା ଏକ  ଜର୍ସି କିଣିଥିଲି । ଗୁପ୍‌ଚୁପ୍‌ ବେପାରରୁ କମାଇଥିବା ଟଙ୍କାରୁ ମା’ଙ୍କ ପାଖରୁ ଦେଢ଼ ଶହ ଟଙ୍କା ଆଣି ଜର୍ସି କିଣିଥିଲି । ସେହିଦିନଠାରୁ ଉକ୍ତ ଜର୍ସିକୁ ମୁଁ  ସାଇତି ରଖିଛି । କାମ କରିବାକୁ ଗଲେ ବିରାଟ ନାଁ ଲେଖାଥିବା ଜର୍ସି ପିନ୍ଧିଯିବାକୁ ମୋତେ ଭଲ ଲାଗେ ।’ 

ଦିନବେଳା ସୁଯୋଗ ମିଳିଲେ ପ୍ରଦିପ ଶ୍ରମିକ  ଭାବେ କାମ କରିବାକୁ ଯାଆନ୍ତି । ଆଉ ସନ୍ଧ୍ୟାରେ  ଗୁପଚୁପ୍‌ ବେପାର । ପୁରୁଣା ଘରକୁ ଭାଙ୍ଗି ଇଟା  ବାହାର କରିବା କାମ କରିବାକୁ ସେ ପଡୋଶୀଙ୍କ  ସହ ମିଶି ଯାଆନ୍ତି । ଏଥିଲାଗି ସେ ଗୋଟା ଇଟା  ପିଛା ୨ ଟଙ୍କା ପାଆନ୍ତି । ତେବେ ଇଟା ଭାଙ୍ଗିଲେ  ଟଙ୍କାଟିଏ ପାଇବାର ନାହିଁ । ତେବେ ଏସବୁ ଭିତରେ  ଠିକାଦାର କିମ୍ବା ଘର ମାଲିକ କେହି ବିରାଟ  ବୋଲି ଡାକିଦେଲେ କୁନି ଶ୍ରମିକ ପ୍ରଦୀପଙ୍କ ମନ  କୁଣ୍ଢେ ମୋଟ ହୋଇଯାଏ । ଆପଣାଛାଏଁ ଅଧିକ  ଇଟା ସଫା ହୋଇଯାଏ ବୋଲି କହନ୍ତି ପ୍ରଦୀପ।

Copyright © 2022 - Summa Real Media Private Limited. All Rights Reserved.