ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଚମାଖଣ୍ଡି ନିକଟରେ କଣ୍ଟେନର ସହ ୧୦ଟନ ଗୋ ମାଂସ ଜବତ

ଛତ୍ରପୁର,୧୯/୧୧ : ଚମାଖଣ୍ଡିଥାନା ନିକଟ ଜାତୀୟ ରାଜପଥ ଉପରେ ଏକ କଣ୍ଟେନରରୁ ଗୋ ମାଂସ ଜବତ କରିଛି ହିନ୍ଦୁ ମହାସଂଘ ଏବଂ ଜୀବ ସୁରକ୍ଷା ସଂଗଠନ l ଏହି କଣ୍ଟେନରରେ ୧୦ଟନ ଗୋ ମାଂସ ଥିବା କୁହାଯାଇଛି l ୧୦ଟନ ଗୋ ମାଂସ ଅର୍ଥାତ ୪୦୦ଗାଈକୁ ମରାଯାଇଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ରୋନାଲି ପାଣିଗ୍ରାହୀ ଏବଂ ଜୀବ ସୁରକ୍ଷା ସଂଗଠନର ସଭାପତି ରାଜେଶ ଶତପଥୀ l 

ଏହି କଣ୍ଟେନର ସହ ଗୋ ମାଂସ ଜବତ କରିଛି ଚମାଖଣ୍ଡି ପୁଲିସ l ଡ୍ରାଇଭର, ହେଲପର ଫେରାର ହୋଇଯାଇଛନ୍ତି l ଏହି କଣ୍ଟେନେର ସହ ଗୋ ମାଂସ କଟକରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବାବେଳେ କୌଣସି ସୂତ୍ରରୁ ଖବରପାଇ ଏହି ଦୁଇ ସଂଗଠନର କର୍ମକର୍ତ୍ତା ନିଜ ଗାଡ଼ିରେ ପିଛା କରି ଚମାଖଣ୍ଡି ପର୍ଯ୍ୟନ୍ତ ଆସିଥିଲେ l ଚମାଖଣ୍ଡିଠାରେ ଏହି ଗାଡ଼ିକୁ ଅଟକାଇବାବେଳେ ଗାଡ଼ିଟିକୁ ଜୋର ଜବରଦସ୍ତ ନେଇ ଯାଉଥିବାବେଳେ ଟାଇର ଫାଟି ଯାଇଥିଲା l ଗାଡ଼ିଟି ଅଟକିଯିବା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା l

Copyright © 2022 - Summa Real Media Private Limited. All Rights Reserved.