ଅନୁଗୁଳ,୨୧।୧୧(ବ୍ଯୁରୋ): ଅନୁଗୁଳ ଜିଲ୍ଲା ବଇଣ୍ଡା ବଡହୁଲା ନିକଟରୁ ଏକ କାରରୁ ଅବକାରୀ ପୋଲିସ ୧୪୦ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜରପଡ଼ା ଥାନା କୁଶକିଳା ଗାଁର ଦେବର ସାହୁ ଓ ରିପକ ସାହୁ ।
ବୌଦ୍ଧ ଜିଲ୍ଲା ପଟରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସାନହୁଲା ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିଲା । ଏହି ସମୟରେ ଏକ ହୁଣ୍ଡାଇ କ୍ରେଟା ଗାଡିକୁ ଯାଞ୍ଚ ବେଳେ ଗାଡିର ଡିକିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଓଜନ ପରେ ସମୁଦାୟ ୧୪୦ କେଜି ଓଜନର ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା । ଏହି ଗଞ୍ଜେଇକୁ ଦୁଇଜଣ ଯୁବକ ବୌଦ୍ଧ ଜିଲ୍ଲାରୁ ଆଣି ବାଲେଶ୍ଵର ନେଉଥିବା ଜଣା ପଡ଼ିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡ଼ିରେ ଥିବା ଉଭୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।