ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୧୬ ନୂଆ ମୁହଁ, ୩ ଜଣଙ୍କୁ ରିପିଟ୍

ଭୁବନେଶ୍ୱର, ୧୬।୦୪ : ୨୧ଟି ବିଧାନସଭା ଆସନରୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ତେବେ ଏହି ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି ନୂଆ ମୁହଁ। ସେହିପରି ୩ ଜଣଙ୍କୁ ରିପିଟ୍ କରିଛି ଦଳ। ରାୟଗଡ଼ା ଆସନରୁ ବସନ୍ତକୁମାର ଉଲାକ, ମୋହନାରୁ ପ୍ରଶାନ୍ତ ମଲ୍ଲିକ ଏବଂ କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁଙ୍କ ରିପିଟ୍ କରିଛି ଦଳ। ପୂର୍ବ ନିର୍ବାଚନରେ ଏମାନେ ହିଁ ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢିଥିଲେ। ଏଥର ବି ଦଳ ଏମାନଙ୍କୁ ସୁଯୋଗ ଦେଇଛି। 

ସେହିପରି ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ପଟାଙ୍ଗୀରେ ଦଳ ପୂର୍ବରୁ ଟିକେଟ୍ ଦେଇଥିବା ଚୈତନ୍ୟ ହନ୍ତାଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲି ଏବଂ ରଣପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢୀଙ୍କୁ ଟିକେଟ୍ ଦେଇଛି। ଏହି ଦୁଇ ନେତାଙ୍କ ଟିକେଟ୍ ବଦଳାଇଛି ବିଜେପି । ଅନ୍ୟପଟେ ଦଳ ୧୬ ନୂଆ ମୁହଁଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ୪ ନେତାଙ୍କୁ ପ୍ରାର୍ଥୀ କରିଛି । ବିଜେପି ଏମାନଙ୍କ ଉପରେ ଭରସା କରିଛି। ତେବେ ବିଜେଡିରୁ ଆସି ବିଜେପି ଟିକେଟ୍ ହାତେଇଥିବା ନେତାମାନେ ହେଲେ ଚିତ୍ରକୋଣ୍ଡାରୁ ଡମ୍ବରୁ ସିସା, ସାରସକଣାରୁ ଭାଦବ ହାଁସଦା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା। ସୂଚନା ଥାଉକି, ପ୍ରଥମେ ୧୧୨ ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଏବେ ୨୧ ଜଣିଆ ତାଲିକା ଘୋଷଣା କରିଛି ବିଜେପି। 



  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.