ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ ନିର୍ବାଚନୀ ରାଜ୍ୟରେ ୧୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଛି ଅପରାଧିକ ମାମଲା: ଏଡିଆର

Image Courtesy: newsclick

ନୂଆଦିଲ୍ଲୀ: ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ନିର୍ବାଚନ ଲଢ଼ୁଥିବା ୮,୦୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ପ୍ରତିଶତ ନେତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ନେତାଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରାଧ ନେଇ ମାମଲା ଚାଲିଥିବା ବେଳେ ୨୯ ପ୍ରତିଶତ ପ୍ରାର୍ଥୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି । 

ଏମାନଙ୍କ ପାଖରେ ହାରାହାରି ୩.୩୬ କୋଟି ଲେଖାଏଁ ସମ୍ପତ୍ତି ରହିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରି ପରମ୍ପରା ଅନୁଯାୟୀ ଅପରାଧିକ ମାମଲା ଥିବା ନେତାଙ୍କୁ ପ୍ରାର୍ଥୀ କରାଇଛନ୍ତି ରାଜନୈତିକ ଦଳ । ଅପରାଧିକ ମାମଲା ଥିବା ନେତାଙ୍କୁ କାହିଁକି ପ୍ରାର୍ଥୀ ପତ୍ର ଦିଆଯିବ ସେନେଇ ପ୍ରକୃତ ଯୁକ୍ତି ଦେବାକୁ ୨୦୨୦ରେ ସୁପ୍ରିମକୋର୍ଟ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ତେଲେଙ୍ଗାନାକୁ ବାଦ ଦେଲେ ଅନ୍ୟ ରାଜ୍ୟରେ ନିର୍ବାଚନ ହୋଇଛି । ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ ହେବ । 

ତେବେ ୫ଟି ରାଜ୍ୟର ସମସ୍ତ ୬୭୯ ଆସନର ଫଳାଫଳ ଆସନ୍ତା ରବିବାର ଘୋଷଣା ହେବ । ସେପଟେ ତେଲେଙ୍ଗାନାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କ ବିରୁଦ୍ଧରେ ସର୍ବାଧିକ ଅପରାଧିକ ମାମଲା ରହିଛି । ପ୍ରମୁଖ ଦଳଗୁଡ଼ିକର ୨୪ ପ୍ରତିଶତରୁ ୭୨ ପ୍ରତିଶତ ପ୍ରାର୍ଥୀ ଅପରାଧୀ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ମହିଳା ବିରୋଧୀ ଅପରାଧ ନେଇ ମୋଟ ୪୫ ଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଏହା ସହ ୨୭ଟି ହତ୍ୟା ଉଦ୍ୟମ ଏବଂ ୭ଟି ହତ୍ୟା ମାମଲା ରହିଛି ।  ସେପଟେ ମିଜୋରାମରେ ସବୁଠୁ କମ୍‌ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୩ରୁ ୧୦ ପ୍ରତିଶତ ପ୍ରାର୍ଥୀ ଅପରାଧୀ ତାଲିକାଭୁକ୍ତ ହୋଇଛନ୍ତି । 

 ସବୁଠୁ ବଡ଼ କଥା ହେଉଛି ଦଳଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତାମାନଙ୍କ ବିରୁଦ୍ଧରେ ଅଧିକ ମାମଲା ରହିଛି । ନିର୍ବାଚନ ଇତିହାସରେ ସର୍ବାଧିକ ୪୮ ପ୍ରତିଶତ ବିଆରଏସ  ନେତା ଅପରାଧୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି । ବିଆରଏସ ପରେ କଂଗ୍ରେସ, ଏଆଇଏମଆଇଏମ, ବିଜେପି ଏବଂ ଆପ୍‌ ରହିଛି । 

ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ୨୯ ପ୍ରତିଶତ କୋଟିପତି । ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଜାତୀୟ ରାଜେନୖତିକ ଦଳରୁ ପ୍ରତିନିଧିତ୍ବ କରୁଥିବା ବେଳେ ୫୨ ପ୍ରତିଶତ ପ୍ରାର୍ଥୀ ଆଞ୍ଚଳିକ ଦଳର ସଦସ୍ୟ । ଏହା ସହ ୧୪ ପ୍ରତିଶତ ସ୍ବାଧୀନ ପ୍ରାର୍ଥ କୋଟିପତି ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।

 

  • telengana
  • ADR report
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.