ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜାର ଜାବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୧୯୫ ଫିଲିସ୍ତିନ୍ ମୃତ

ଜେରୁଜେଲମ୍, ୦୨/୧୧: ଇସ୍ରାଏଲ୍-ହମାସ୍ ଯୁଦ୍ଧ ଭୀଷଣ ହେବାରେ ଲାଗିଛି । ଗାଜାରେ ପଶିଥିବା ଇସ୍ରାଏଲ୍ ସେନା ଆକ୍ରମଣକୁ ଶାଣିତ କରିଛି । ଗୁରୁବାର ଗାଜାର ଜାବାଲିଆର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍ ଆକ୍ରମଣ କରିଥିବା ବେଳେ ଏଥିରେ ୧୯୫ ଜଣ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଛି । ହମାସର ୨ କମାଣ୍ଡର ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି ।

ଇସ୍ରାଏଲର ଏଭଳି ଆକ୍ରମଣ ୱାର୍ କ୍ରାଇମ୍ ସହ ସମାନ ବୋଲି କହିଛନ୍ତି ଜାତିସଂଘ ମାନବାଧିକାର ଅଧିକାରୀ । ଅନ୍ୟପଟେ ଗାଜା ପଟ୍ଟିରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବାରୁ ଇଜିପ୍ଟ ସୀମା ଦେଇ ବିଦେଶୀ ନାଗରିକ ଗାଜା ଛାଡ଼ୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଇଜିପ୍ଟ ସୀମା ଦେଇ ୫୦୦ ଜଣ ଗାଜା ଛାଡ଼ିଥିବା ବେଳେ ସେଥି ମଧ୍ୟରେ ୩୨୦ ଜଣ ବିଦେଶୀ ନାଗିରକ ଅଛନ୍ତି ।

ମଣିପୁରରେ ହିଂସା ପରେ ଇମ୍ଫାଲରେ ପୁଣି କର୍ଫ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥାନା ପୋଡ଼ିଦେଲେ ଦୁର୍ବୃତ୍ତ

ଇଜିପ୍ଟ ସୀମା ଦେଇ ଗାଜାରୁ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲଗାରିଆ, ଚେଜ୍ ରିପବ୍ଲିକ୍, ଫିନଲ୍ୟାଣ୍ଡ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଜୋର୍ଡାନ, ୟୁନାଇଟେଡ୍ କିଙ୍ଗଡମ୍ ଓ ଆମେରିକା ପାସପୋର୍ଟଧାରୀଙ୍କୁ ଛଡ଼ା ଯାଉଛି । ଗୁରୁବାର ସୀମା ଦେଇ ବିଦେଶୀ ଯାଇ ପାରିବେ ବୋଲି ଗାଜା ପକ୍ଷରୁ କୁହାଯାଇଛି । କୂଟନୀତିକ ସୂତ୍ରରୁ ଜଣାପଡ଼ିଛି, ୨ ସପ୍ତାହ ମଧ୍ୟରେ ପ୍ରାୟ ୭ ହଜାର ୫୦୦ ବିଦେଶୀ ପାସପୋର୍ଟଧାରୀ ଗାଜା ଛାଡ଼ିବେ ।

ହମାସ୍ ଆତଙ୍କବାଦୀଙ୍କୁ ସଫା କରିବାକୁ ପଣ କରି ଇସ୍ରାଏଲ୍ ଗାଜାରେ ପଶି ଆକ୍ରମଣ ଜାରି ରଖିଛି । ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରୁଛି ଇସ୍ରାଏଲ୍ । ଅକ୍ଟୋବର ୭ରେ ହମାସ୍, ଇସ୍ରାଏଲ୍ ଉପରେ ପ୍ରଥମେ ଆକ୍ରମଣ କରିଥିଲା । ସେତେବେଳେ ହମାସ୍ ଆକ୍ରମଣରେ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲା ଇସ୍ରାଏଲ୍ । ହମାସ୍ ଆତଙ୍କବାଦୀ ୨୦୦ରୁ ଅଧିକ ଇସ୍ରାଏଲ୍ ନାଗରିକଙ୍କୁ ବନ୍ଧକ କରି ନେଇ ଯାଇଥିଲେ ।

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.