ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ମହିଳା କମିଶନକୁ ଝଟ୍‌କା, ବିଦା ହେଲେ ୨୨୩ କର୍ମଚାରୀ

Image Courtesy: navbharattimes

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପରାଜ୍ୟପାଳ । ଏଲଜି ବିନୟ ସକ୍ସେନା ଦିଲ୍ଲୀ ମହିଳା ଆୟୋଗରୁ ୨୨୩ କର୍ମଚାରୀଙ୍କୁ ବିଦା କରିଛନ୍ତି । ଏଲଜିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ମହିଳା କମିଶନ ନିଜର ୨୨୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଏହି କର୍ମଚାରୀଙ୍କୁ ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ନିଯୁକ୍ତି ଦେଇଥିଲେ । 

ନିୟମ ବିରୋଧରେ ଯାଇ ତତ୍କାଳୀନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଏହି ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀ ମହିଳା ଆୟୋଗ ଆକ୍ଟ ଅନୁସାରେ, ମହିଳା କମିଶନଙ୍କ ପାଖରେ କେବଳ ୪୦ଟି ସ୍ବିକୃତୀପ୍ରାପ୍ତ ପଦବୀ ରହିଛି । ମହିଳା କମିଶନ ମନଇଚ୍ଛା ଠିକା କର୍ମଚାରୀଙ୍କୁ ନିଯୁକ୍ତି କରିପାରିବ ନାହିଁ । 

ଏହା ସହ ନୂଆ ନିଯୁକ୍ତି ସମୟରେ ମହିଳା କମିଶନଙ୍କ ପକ୍ଷରୁ ଜରୁରି ପଦବୀ ସଂପର୍କରେ ବିଚାର କରାଯାଇ ନଥିଲା । ନୂଆ ନିଯୁକ୍ତି ଦ୍ବାରା ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚ ସଂପର୍କରେ ମଧ୍ୟ କୌଣସି ଅନୁମତି ନିଆଯାଇ ନଥିଲା ।  ସୂଚନାଯୋଗ୍ୟ, ୨୦୧୭ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ପାରିତ ହୋଇଛି । 

 

  • prameyanews
  • PrameyaOdia
  • prameya
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.