ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲାଞ୍ଚ ମାମଲା : ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍

 ଭୁବନେଶ୍ବର, ୧୧।୯  ଖୋର୍ଦ୍ଧା ଜିଲ୍ଲା ଜଟଣୀର ବଡ ନୂଆଗାଁସ୍ଥିତ ୟୁଜିୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ଭୁବନେଶ୍ବର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି।  ଜରିମାନା ଅନାଦେୟ ଅଧିକା ୩ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।  ଲାଞ୍ଚ ନେବା ମାମଲାର ବିଚାର କରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। 

୨୦୧୩ ମସିହାରେ ସ୍କୁଲକୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଯୋଗାଇଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀର ବିଲ୍ ପ୍ରସ୍ତୁତ କରି ତାକୁ ବ୍ଲକ ନିକଟରେ ଦାଖଲ କରବା ପାଇଁ ବାସନ୍ତୀ ଦେବୀ ଲାଞ୍ଚ ମାଗିଥିଲେ।   ଟଙ୍କା ନେବା ବେଳେ ବାସନ୍ତୀ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ  ତାଙ୍କ ନାମରେ ଭିଜିଲାନ୍ସ ୨ ଟି ମାମଲା ରୁଜୁ କରିଥଲା।

ଗୋଟିଏ ମାମଲାରେ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।  ଜରିମାନା ଅନାଦେୟ ସେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ଦର୍ଶାଇଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ   ବାସନ୍ତୀଙ୍କୁ ୨ ବର୍ଷ ଜେଲ ସହ ୫ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଜରିମାନା ଅନାଦେୟ  ଆଉ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଉଭୟ ଦଣ୍ଡାଦେଶକୁ ଏକ ସମୟରେ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। କୋର୍ଟ ଦଣ୍ଡାଦେଶ ପରେ ବାସନ୍ତୀଙ୍କ  ପେନସନ ବନ୍ଦ କରିବା ପାଇଁ ଆବେଦନ କରିବାକୁ ଭିଜିଲାନ୍ସ ପ୍ରସ୍ତୁତି ଆରମ୍ଭ କରିଛି।

ଆହୁରି ପଢନ୍ତୁ : ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ପୁଅ ଓ ଝିଅ ପରେ ମାଆର ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.