ବାଲେଶ୍ଵର,୨୯/୧୧: ବାଲେଶ୍ଵର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ ଦାସ ଏମଜିଏଲ ଇନଫ୍ରା ପିଭିଟି ଏଲଟିଡି ନାମକ ଚିଟଫଣ୍ଡ ସଂସ୍ଥାର ୨ ଜଣ କର୍ମଚାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ଦୁଇ ଅଧିକାରୀ ହେଲେ ଏମଜିଏଲ ଇନଫ୍ରା ପିଭିଟି ଏଲଟିଡି ନାମକ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ଦେବୀ ଶଙ୍କର ପରିମାଣିକ ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ଭଗବାନ ଚନ୍ଦ୍ର ପ୍ରଧାନ। ପ୍ରତ୍ୟେକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦ ହଜାର ଲେଖାଏଁ ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ । ୪୨ ଜଣ ସାକ୍ଷୀ ଓ ୯୦ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।
ଏମଜିଏଲ ଇନଫ୍ରା ପିଭିଟି ଏଲଟିଡି ନାମକ ସଂସ୍ଥା ବାଲେଶ୍ଵର ବସଷ୍ଟାଣ୍ଡ ନିକଟରେ ନିଜର କାର୍ଯ୍ୟଳୟ ଖୋଲି କୋଟି କୋଟି ଟଙ୍କା ହଡ଼ପ କରିଥିଲା। ଏ ନେଇ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ। ।