ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଲାର ପ୍ରକଳ୍ପ ଅଚଳ , ପାଣି ପାଇଁ ହଟହଟା ହେଉଛନ୍ତି ୩୦ ପରିବାର

ଫିରିଙ୍ଗିଆ,୬।୫ :  ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ଏବେ ବିଭିନ୍ନ ଜାଗାରେ ପିଇବା ପାଣି ସମସ୍ୟା ମଧ୍ୟ୍ୟ ବଢ଼ିବାରେ ଲାଗିଛି I ପାଣି ଟୋପାଏ ପାଇଁ ଗ୍ରାମବାସୀ ମାନଙ୍କୁ ବହୁ କସରତ କରିବାକୁ ପଡୁଥିବା ବେଳେ ପାଣି ପାଇଁ ନାହିଁନଥିବା ଅସୁବିଧାର  ସମ୍ମୁଖୀନ ହେଉଛନ୍ତି ଜନସାଧାରଣ I ଗ୍ରୀଷ୍ମ ପ୍ରବାହ ର ପ୍ରକୋପରେ ଗାଁ ମାନଙ୍କରେ ଥିବା ନଦୀନାଳ କୂଅ ପୋଖରୀ ସବୁ ଶୁଖିଯାଉଥିବା ବେଳେ ସରକାରଙ୍କ ତରଫରୁ ଗାଁ ମାନଙ୍କରେ ଖୋଲାଯାଇଥିବା ନଳକୂପ ଠୁ ଆରମ୍ଭ କରି ସୋଲାର ପମ୍ପ ଗୁଡିକ ମଧ୍ୟ୍ୟ ଅଚଳ ହୋଇପଡୁଛି I ଯାହାପାଇଁ ପ୍ରଚଣ୍ଡ ଖରା ସାଙ୍ଗକୁ ଜଳକଷ୍ଟ ଦୁଇଗୁଣିତ କରିପକାଉଛି I ଏମିତି ଏକ ସୋଲାର ପାଣି ପ୍ରକଳ୍ପ ଅଚଳ ହେବା ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ମଗମୁଣ୍ଡା ଶ୍ରାକିପଡା ଠାରେ I 

ଏହି ଶ୍ରାକି ପଡା ଠାରେ ପ୍ରାୟ ତିରିଶ ଟି ପରିବାର ବସବାସ କରିଆସୁଥିବା ବେଳେ ଏମାନଙ୍କ ପାଣିସମସ୍ୟା ଦୁରକରିବା ପାଇଁ ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ର ଜଳ ଓ ପରିମଳ ବିଭାଗ ଦ୍ୱାରା ପ୍ରାୟ ଦୁଇମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇ ଥିଲା । ଏହି ପ୍ରକଳ୍ପ ଟି ପ୍ରାୟ ଦେଢ଼ମାସ ଠିକଠକ ମଧ୍ୟ୍ୟ ଚାଲିଲା କିନ୍ତୁ ବର୍ତ୍ତମାନ ପନ୍ଦର ଦିନ ହେଲା ପ୍ରକଳ୍ପ ଟି ହଠାତ ବନ୍ଦ ହୋଇଗଲା I ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ ମଧ୍ୟ୍ୟ କରି ଆସୁଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ଟିକୁ ସଜଡ଼ା ଯାଇପାରିନାହିଁ I ଯାହାଫଳରେ ଗ୍ରାମବାସୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ସେପଟେ ଗାଁରେ ଚାରୋଟି ନଳକୂପ ମଧ୍ୟ୍ୟ ରହିଛି କିନ୍ତୁ ଦୁଇଟି ନଳକୂପରୁ ଠିକ ମୁତାବକ ପାଣି ବାହାରୁନଥିବା ବେଳେ ଅନ୍ୟଦୁଇଟି ନଳକୂପରେ ଗୋଳିଆ ପାଣି ବାହାରୁଥିବା ରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ I ତେବେ ପାଣିସମସ୍ୟାର ସମାଧାନ ପାଇଁ ଓ ଏହି ପ୍ରକଳ୍ପ ଟିକୁ ସଜାଡ଼ିବା ପାଇଁ ଗ୍ରାମବାସୀ ସୋମବାର ବାଧ୍ୟ ହୋଇ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି I ସେପଟେ ଏହି ପାଣି ପ୍ରକଳ୍ପ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ଯେତେ ଶୀଘ୍ର ହେବ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଙ୍କୁ କହି ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି I ସେପଟେ ଆଗାମୀ କିଛିଦିନ ମଧ୍ୟ୍ୟରେ ପାଣି ପ୍ରକଳ୍ପ ଟି ନିମ୍ନମାନର କାମ ହୋଇଥିବାରୁ କିଛିଦିନ ଚାଲିଲା ପରେ ତାହା ଅଚଳ ହୋଇଯାଇଛି ଓ ଏହି ପାଣି ପ୍ରକଳ୍ପ କୁ ସଜଡ଼ାନଗଲେ ଆନ୍ଦୋଳନ କରିବେ ବୋଲି ଗାଁ ର ସୁଶାନ୍ତ କହଁର, ବସନ୍ତ କହଁର, ନବକିଶୋର କହଁର, ଗଣେଶ୍ୱର କହଁର ଓ ଅନ୍ୟମାନେ ଚେତାବନୀ ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.