ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ମଦୁଆଙ୍କୁ ବାନ୍ଧି ନେଉଥିଲା ପୋଲିସ, ହଠାତ୍ ଗାଡ଼ିରୁ ସରିଗଲା ତେଲ… ତା’ପରେ…

ପାଟଣା, ୦୪/୦୧: ପୋଲିସ ଭ୍ୟାନକୁ ଧକ୍କା ମାରି ମାରି କୋର୍ଟରେ ପହଞ୍ଚାଇଲେ ଅଭିଯୁକ୍ତ । ଏ ସମ୍ପର୍କିତ ବିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏ ଘଟଣା ଘଟିଛି ବିହାରରେ । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ୪ ଜଣ ଅଭିଯୁକ୍ତ ପୋଲିସ ଭ୍ୟାନକୁ ଠେଲି ଠେଲି ନେଉଛନ୍ତି ।

ରବିବାର ବିହାର ପୋଲିସ ମଦ୍ୟପାନ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବାକୁ ନେଉଥିଲା । ହେଲେ ପୋଲିସ ଭ୍ୟାନ୍ କୋର୍ଟରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ସରି ଯାଇଥିଲା ତେଲ । ଆଉ ତା ପରେ ଭ୍ୟାନରେ କୋର୍ଟ ଚାଲାଣ ହେଉଥିବା ୪ ଅଭିଯୁକ୍ତ ଗାଡ଼ିକୁ ୫୦୦ ମିଟର ଠେଲି ଠେଲି ନେଇଥିଲେ ।

ବିହାରର କଚାହରି ଛକ ନିକଟରେ ଏହି ଘଟଣା ଘଟିଛି । କାର୍ଯ୍ୟରତ ପୋଲିସ ଅଧିକାରୀ ୪ ଅଭିଯୁକ୍ତଙ୍କୁ ଗାଡ଼ିକୁ ଧକ୍କା ଦେବା ପାଇଁ କହିଥିବା ସୂଚନା ମିଳିଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି ପୋଲିସ ୨ ଅଭିଯୁକ୍ତଙ୍କ ଅଣ୍ଟା ସହ ଅନ୍ୟ ୨ ଅଭିଯୁକ୍ତଙ୍କ ହାତ ପାପୁଲିକୁ ରସିରେ ବାନ୍ଧି ଦେଇଛି । ପଛରେ ଜଣେ ପୋଲିସ ଅଧିକାରୀ ଗାଡ଼ିକୁ ଠେଲିବା ଲାଗି ଇସାରା କରି ଚାଲିଛନ୍ତି ।

ସୋସିଆଲ୍ ମିଡିଆରେ ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ପରେ ଅତିରିକ୍ତ କମିଶନର ପ୍ରମୋଦିତ ନାରାୟଣ ସିଂହ କହିଛନ୍ତି, ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ଯେଉଁ ଅଧିକାରୀ ଦୋଷୀ ପାଇବେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.