ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସି ଘରକୁ କରି ଦେଲା ଶ୍ମଶାନ , ନିଆଁ ଲାଗିବାରୁ ଶେଷ ହୋଇ ଗଲା ପୂରା ପରିବାର

ଦ୍ୱାରକା : ଘରେ ଏସି ଲଗାଇ ଶୋଉ ଥିଲେ ସାବଧାନ। ଗୁଜରାଟର ଦେବଭୂମି ଦ୍ୱାରକା ଜିଲ୍ଲାର ଦ୍ୱାରକା ସିଟିରୁ ଆସିଛି ଏମିତି ଏକ ଖବର। ଏକ କୋଠାରେ ଏସି ଓଭରହିଟ୍‌ ହେବାରୁ ନିଆଁ ଲାଗି ଯାଇଥିଲା। ତତ୍‌କ୍ଷଣାତ୍‌ ଏହି ନିଆଁ ପୂରା ଘରେ ବ୍ୟାପି ଯାଇଥିଲା ଏବଂ ଧୂଆଁରେ  ଅଣ ନିଶ୍ୱାସୀ ହୋଇ ଗୋଟିଏ ପରିବାରରୁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି। ସେପଟେ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଚେଷ୍ଟା ପରେ ନିଆଁକୁ କାବୁ କରାଯାଇଛି।

ପୁଲିସ ରବିବାର ଦିନ ଏହି ବିଷୟରେ ସୂଚନା ଦେଇ କହିଛି ଯେ, ଗୁଜରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଏକ କୋଠାରେ ନିଆଁ ଲାଗିବାରୁ ଜଣେ ପିଲା ସହ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ନିଶ୍ୱାସ ବନ୍ଦ ହୋଇ ଯିବାରୁ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପବନ ଉପାଧ୍ୟାୟ (୩୯) , ତାଙ୍କ ପତ୍ନୀ ତିଥି (୨୯), ଝିଅ ଧ୍ୟାନା ଓ ମାଆ ଭବାନୀବେନ୍‌ (୬୯)। ପୁଲିସ ସବୁ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି। 

ପୁଲିସ ଇନ୍ସପେକ୍ଟର ଟି.ସି ପଟେଲ କହିଛନ୍ତି ଯେ, ଦ୍ୱାରକା ସହରରେ ଆଦିତ୍ୟ ରୋଡ୍‌ ସ୍ଥିତ କୋଠାର ପ୍ରଥମ ମହଲାରେ ରବିବାର ସକାଳେ ସମୟ ସାଢେ ୩ଟାରେ ନିଆଁ ଲାଗି ଥିଲା, ଏହି ସମୟରେ ପରିବାରର ୫ଜଣ ସଦସ୍ୟ ଶୋଇ ଥିଲେ। ସେ କହିଛନ୍ତି ଯେ, ନିଆଁ ଲାଗିବା ପରେ ଘରର ବିଦ୍ୟୁତ୍‌ କଟି ଯିବା କାରଣରୁ ପରିବାରର ଲୋକେ ଅନ୍ଧାର କାରଣରୁ ଡୋର୍‌କୁ ଆଉ ଖୋଜି ପାଇ ନଥିଲେ। ଯେଉଁଥି ପାଇଁ ସମସ୍ତେ ଘର ଭିତରୁ ଆଉ ବାହାରି ପାରି ନଥିଲେ। 

ଦମକଳ କର୍ମିଙ୍କ ଦ୍ୱାରା ଅନେକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ସମୟରେ ଘରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ କୋଠାର ପ୍ରଥମ ମହଲାରେ ଜଣେ ବ୍ୟକ୍ତି , ତାଙ୍କର ପତ୍ନୀ , ତାଙ୍କର ୮ ମାସର ଝିଅ ଓ ତାଙ୍କ ମାଆ ଚେତାଶୂନ୍ୟ ହୋଇ ପଡ଼ି ଥିଲେ। ସେମାନଙ୍କୁ ସରକାରୀ ହସ୍ପିଟାଲ ନିଆଗଲା, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.