ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

କୁକୁଡ଼ା ଚୋରି କରି ବନ୍ଧା ହେଲେ ୪ ଯୁବକ

ସାନଖେମୁଣ୍ଡି,୨୬।୫ : ସୁନା ରୂପା ଗହଣା ଟଙ୍କା ପଇସା ଗାଡି ଚୋରି ହେବା କଥା ଶୁଣିଥିବେ କିନ୍ତୁ ଆଜି ଯାହା ଚୋରି  ହୋଇ ବନ୍ଧା ହୋଇ ଜେଲ ଯାଇଛନ୍ତି ଅଭିଯୁକ୍ତ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେ ଆଉ କିଛି ନୁହେଁ ତାହା ହେଉଛି କୁକୁଡ଼ା ଚୋରି। ତେବେ ଏହି କୁକୁଡ଼ା ଚୋରି କରି ଜଣେ ଯୁବକ ନୁହେଁ ଚାରି ଚାରି ଜଣ ଯୁବକ ବନ୍ଧା ହୋଇ ଜେଲ ଯାଇଛନ୍ତି । ଏହି ଭଳି ଘଟଣା ଦେଖିବାକୁ ମିଳିଛି ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମରେ । ଗାଁ ମୁହଁ ରେ ଥିବା ଏକ ଦେଶୀ କୁକୁଡ଼ା ଫାର୍ମ ରେ ଚାରି ଜଣ ପଶି କବାଡ ଭାଙ୍ଗି ୩୦ ଟି କୁକୁଡ଼ା ଚୋରି କରି ନେବା ସହ ପାଣି ମୋଟର ଚୋରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପାଟପୁର ଥାନା ପୋଲିସ ଚାରି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ପ୍ରକାରେ ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଜେନା ନାମକ ଜଣେ ଲୋକର ଏକ କୁକୁଡ଼ା ଫାର୍ମ ରେ ଗତ ୧୬ ତାରିଖ ରେ କୁକୁଡ଼ା ଚୋରି ହୋଇଥିଲା । ସେ ଏନେଇ ଗତ କାଲି ପାଟପୁର ଥାନା ଅଭିଯୋଗ ପରେ ପୋଲିସ ତଦନ୍ତ କରି ଚାରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଦେଶୀ କୁକୁଡ଼ା ଗୁଡିକୁ ଚୋରି କରି ତାକୁ କାଟି ତାର ମାଂସ କୁ ଫ୍ରିଜ ରେ ରଖି କିଛି କିଛି ବାହାର କରି ରୋଷେଇ କରି ଖାଇ ଆସୁଥିଲେ । ପୋଲିସ ପାଖରେ ଅଭିଯୋଗ ପହଁଚିଲା ବେଳକୁ ଅଭିଯୁକ୍ତ ମାନେ ସମସ୍ତ କୁକୁଡ଼ା ମାଂସ କୁ ରୋଷେଇ କରି ଖାଇ ସାରିଥିଲେ। ତେବେ ରବିବାର ପାଟପୁର ପୋଲିସ ଚାରି ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଞ୍ଚଳ ରେ କୁକୁଡ଼ା ଚୋରି କୁ ନେଇ ଚର୍ଚ୍ଚ ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.