ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

୨୪ ଘଣ୍ଟା ପରେ ବି ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ, ଓଡ଼ିଶାରୁ ଅଛନ୍ତି ୫ ଜଣ

ଡେରାଡୁନ୍, ୧୩/୧୧: ରବିବାର ସକାଳେ ଉତ୍ତରକାଶୀରେ ଟନେଲ୍ ଭୁଶୁଡ଼ିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ରହ୍ମାଖୋଲ-ଯମୁନୋତ୍ରୀ ଜାତୀୟ ରାଜପଥର ସିଲକ୍ୟାରାରୁ ଡଣ୍ଡାଳଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର ୫୦ ମିଟର ଅଚାନକ ଭୁଶୁଡ଼ି ପଡ଼ିଥିଲା । ଫଳରେ ଭଗ୍ନାଂଶ ଭିତରେ ୪୦ ଶ୍ରମିକ ଫସି ରହିଛନ୍ତି । ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭଗ୍ନାଂବଶେଷକୁ ହଟାଇବା ଜାରି ରହିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ ସହ ସ୍ଥାନୀୟ ପ୍ରଶାସନ ନିୟୋଜିତ ରହିଛି । ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ ଯୋଗାଯୋଗ କରାଯାଉଛି । ଏବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ଟନେଲରେ ପାଣି ପାଇଁ ପଡ଼ିଥିବା ପାଇପ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଣ ହେଉଛି । ଉକ୍ତ ପାଇପରେ ଚାପ ପ୍ରୟୋଗ କରାଯାଇ ଶ୍ରମିକଙ୍କ ପାଖକୁ ରାତିରେ ଶୁଖିଲା ଖାଦ୍ୟ ପଠା ଯାଇଥିଲା ।

ଉତ୍ତରକାଶୀ NHରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲର ୫୦ ମିଟର, ଫସିଛନ୍ତି ୩୬ ଶ୍ରମିକ

ସୁଡ଼ଙ୍ଗ ଭିତରେ ବିହାରର ୪ ଜଣ ଶ୍ରମିକ, ଉତ୍ତରାଖଣ୍ଡର ୨ ଜଣ, ପଶ୍ଚିମବଙ୍ଗର ୩ ଜଣ, ଉତ୍ତରପ୍ରଦେଶର ୮ ଜଣ, ଓଡ଼ିଶାର ୫ ଜଣ, ଝାଡ଼ଖଣ୍ଡର ୧୫ ଜଣ, ଆସାମର ୨ ଜଣ ଓ ହିମାଚଳ ପ୍ରଦେଶର ଜଣେ ଶ୍ରମିକ ଫସିଥିବା ଜଣାପଡ଼ିଛି । ଏବେ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ଠାରୁ ୬୦ ମିଟର ଦୂରରେ ରହିଥିବା କହିଛି ପ୍ରଶାସନ ।

ଉତ୍ତରାକାଶୀରେ ଏହି ସୁଡ଼ଙ୍ଗ ଅଲ୍ ୱେଦର୍ ରୋଡ୍ ପ୍ରକଳ୍ପର ଅଂଶ । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରାୟ ୧୫୦ ଜଣ ଲାଗିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଭାଗର ଦୀପାବଳି ଛୁଟି ବାତିଲ୍ କରି ଦିଆଯାଇଛି । 

ମହିଳାଙ୍କ ସମେତ ୩ ପୁଅଙ୍କୁ ଛୁରୀ ଭୁସି ହତ୍ୟା, ଖେଳୁଥିବା ବେଳେ ୧୨ ବର୍ଷର ବାଳକକୁ ବି ମାରିଦେଲେ

ସବୁ ପାଗ ପାଇଁ ଅନୁକୂଳ ଚାରି ଧାମ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ଏହି ସୁଡ଼ଙ୍ଗ ନିର୍ମିତ ହେଲେ ଉତ୍ତରକାଶୀରୁ ଯମୁନୋତ୍ରୀ ଦୂରତା ମାତ୍ର ୨୬ କିଲୋମିଟର ରହିବ । ଏହି ଟନେଲର ଲମ୍ବ ୪.୫ କିଲୋମିଟର ହୋଇଥିବା ବେଳେ ୪ କିଲୋମିଟର ନିର୍ମାଣ ସରିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ସୁଡ଼ଙ୍ଗ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖା ଯାଇଛି ।  

Copyright © 2022 - Summa Real Media Private Limited. All Rights Reserved.