ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ବାଂଗଲାଦେଶଠାରୁ ଟେଷ୍ଟ ସିରିଜ ହାରିବା ପରେ ଏହି ୫ପାକିସ୍ତାନୀ ଖେଳାଳୀଙ୍କ ଶେଷ ହୋଇପାରେ କ୍ୟାରିୟର !

ନୂଆଦିଲ୍ଲୀ, ୩/୯ :  ବାଂଗଲାଦେଶୀ ବିପକ୍ଷ ୨-୦ରେ ଟେଷ୍ଟ ସିରିଜ ହାରିବା ପରେ ପାକିସ୍ତାନ ଟିମ୍ କ୍ରିକେଟ ଜଗତରେ ଖୁବ୍ ସମାଲୋଚନାର ଶିକାର ହେଉଛି । ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ବୋଲିଂ କାରଣରୁ ଆଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେହିଭଳି ଦ୍ବିତୀୟ ମ୍ୟାଚରେ ଟିମ୍ ତରଫରୁ ମଧ୍ୟମ ଧରଣର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏହାସହ ବାଂଗଲାଦେଶ ପ୍ରଥମ ଥର ପାକିସ୍ତାନକୁ ଟେଷ୍ଟ ସିରିଜରେ ହରାଇଛି । ଖରାପ ପ୍ରଦର୍ଶନ କାରଣରୁ ପାକିସ୍ତାନ ଟିମରେ କେତେକ ଖେଳାଳୀଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି , ଯେଉଁମାନେ ବହୁତ ଶୀଘ୍ର ଟିମରୁ ବାହାରି ପାରନ୍ତି ।

ବାବର ଆଜମ

ପାକିସ୍ତାନର ଟି ୨୦ ଏବଂ ଦିନିକିଆ ଟିମର ଅଧିନାୟକ ବାବର ଆଜମ ଖରାପ ଫର୍ମରେ ଅଛନ୍ତି । ବାଂଗଲାଦେଶ ବିପକ୍ଷ ୨ମ୍ୟାଚରେ ୪ପାଳିରେ ସେ କେବଳ ୬୪ରନ କରିଛନ୍ତି।  ଏହା ବି ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଅଟେ କି ବାବର ପୂର୍ବ ୧୬ଟେଷ୍ଟ ପାଳିରେ କେତେକ ଅର୍ଦ୍ଧଶତକ ଲଗାଇନାହାନ୍ତି । ସେ ତାଙ୍କର ଶେଷ ଶତକୀୟ ପାଳି ଡିସେମ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । 

ଅବ୍ଦୁଲ୍ଲା ଶଫିକ

ଅବ୍ଦୁଲ୍ଲା ଶଫିକ ୨୦୨୧ରେ ଡେବ୍ୟୁ କରିବା ପରେ ହିଁ ଟେଷ୍ଟ ମ୍ୟାଚରେ ଏକ ଅଭିନ୍ନ ଅଙ୍ଗ ରହିଛନ୍ତି । ବାଂଗଲାଦେଶ ବିପକ୍ଷ ୨ମ୍ୟାଚରେ ସେ ବ୍ୟାଟର ଭାବେ ୧୦.୫୦ପ୍ରତିଶତରେ ୪୨ରନ କରିଛନ୍ତି । ସେ ନିଜ ପୂର୍ବ ୭ଟେଷ୍ଟ ମ୍ୟାଚରେ କେବଳ ୪୬ରନ କରିଛନ୍ତି ଏବଂ ଏହି ସମୟରେ ୩ ଥର ଶୂନ୍ୟରେ ଆଉଟ ହୋଇଛନ୍ତି ।

ଶାନ ମସୁଦ

ପାକ ଟିମର ଟେଷ୍ଟ ଅଧିନାୟକ ଶାନ ମସୁଦଙ୍କ ସ୍ଥାନ ବି ବିପଦରେ ପଡ଼ିଯାଇଛି।  ବାଂଗଲାଦେଶ ବିପକ୍ଷ ସିରିଜରେ ତାଙ୍କର ସର୍ବାଧିକ ସ୍କୋର ୫୭ରନ ରହିଛି ଏବଂ ପୂରା ସିରିଜରେ ତାଙ୍କ ବ୍ୟାଟ୍ କେବଳ ୧୦୫ରନ ବାହାର କରିଛି। ତାଙ୍କର ନା କେବଳ ବ୍ୟାଟିଂ ଉପରେ ପ୍ରଶ୍ନବାଚୀ ଉଠୁଛି ବରଂ ତାଙ୍କ ଅଧିନାୟକତ୍ବକୁ ବି ପାକିସ୍ତାନର ପରାଜୟର କାରଣ ବୋଲି କୁହାଯାଉଛି ।

ମହମ୍ମଦ ଅଲ୍ଲୀ

ମହମ୍ମଦ ଅଲ୍ଲୀ ଡାହାଣ ହାତୀ ଦ୍ରୁତ ବୋଲର ଅଟନ୍ତି । ୨୦୨୨ରେ ପାକିସ୍ତାନ ଲାଗି ଟେଷ୍ଟ ଡେବ୍ୟୁ କରିଥିଲେ । ସେ ଏବେ ପର୍ଯ୍ୟନ୍ତ ୪ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି । କିନ୍ତୁ ଓ୍ବିକେଟ କେବଳ ୬ଟି ନେଇଥିଲେ । ତାଙ୍କୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା, ଯେଉଁଥିରେ ସେ ପ୍ରାୟ ୨ଓ୍ବିକେଟ ନେଇପାରିଥିଲେ । 

ଅବରାର ଅହମଦ

ଡାହାଣ ହାତୀ ଲେଗ ସ୍ପିନର ବୋଲର ଅବରାର ଅହମଦଙ୍କୁ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଥିଲା । ଗୋଟିଏ ପଟେ ବାଂଲାଦେଶ ତରଫରୁ ଶାକିବ ଅଲ ହସନ ଏବଂ ମେହଦୀ ହସନ ସ୍ପିନ ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ଅନ୍ୟପଟେ ଅବରାର ଅହମଦ ସେତିକି ପ୍ରଭାବୀ ରହିନଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.