ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ରବିବାର ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ମୋଦି, ଓଡ଼ିଶାରେ ଗଡ଼ିବ ଆଉ ୨ ଟ୍ରେନ୍

ଭୁବନେଶ୍ୱର, ୧୫/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ । ତନ୍ମଧ୍ୟରେ ରବିବାର ଉଦଘାଟନ ହେବାକୁ ଥିବା  ୨ଟି ଏକ୍ସପ୍ରେସ୍‌ ଓଡ଼ିଶା ଦେଇ ଚଳାଚଳ କରିବ। ବ୍ରହ୍ମପୁରରୁ  ଟାଟା ଓ ରାଉରକେଲାରୁ ହାଓଡା ନୂତନ ବନ୍ଦେ ଭାରତ ଚଳାଚଳ କରିବ । ଝାଡ଼ଖଣ୍ଡର ଟାଟାରେ ସକାଳ ୯ଟା୩୦ରେ  ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସରେ  ବ୍ରହ୍ମପୁରରୁ ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ ।  

ସେ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର  ଲୋକାର୍ପଣ କରିବେ । ଏହି ଅବସରରେ ରାଜ୍ୟପାଳ  ରଘୁବର ଦାସ ରାଉରକେଲାରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଉପସ୍ଥିତ  ରହିବେ । ପରେ ମୁଖ୍ୟମନ୍ତ୍ରୀ ସେହି ଟ୍ରେନ୍‌ରେ ଭୁବନେଶ୍ୱର  ପର୍ଯ୍ୟନ୍ତ ଯାତ୍ରା କରିବେ । ସେହିପରି ଟିଟିଲାଗଡ଼ ଦେଇ ଯିବାକୁ ଥିବା ରାୟପୁର(ଦୁର୍ଗ)-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସକୁ ୧୬ରେ ଅହମ୍ମଦାବାଦରୁ ଉଦଘାଟନ  କରିବେ ପ୍ରଧାନମନ୍ତ୍ରୀ । ଏହି ଭଳି ଭାବେ ଦୁଇ ଦିନରେ ଓଡ଼ିଶାକୁ ମିଳିବ ୩ ବନ୍ଦେ ଭାରତ ଏକ୍ସପ୍ରେସ ।  

ରବିବାର ବନ୍ଦେ ଭାରତ ଲୋକାର୍ପଣ ଉତ୍ସବ ବାଲୁଗାଁ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା,  ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ରେ ମଧ୍ୟ ଅନୁଷ୍ଠିତ  ହେବ । ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ  ସିଂହଦେଓ, ଖୋର୍ଦ୍ଧା ରୋଡ୍‌ରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା, ବାଲୁଗାଁରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ  ଉପସ୍ଥିତ ରହିବେ । ଅନ୍ୟ ସମସ୍ତ ଷ୍ଟେସନରେ ସ୍ଥାନୀୟ  ସାଂସଦ ଓ ବିଧାୟକମାନେ ଯୋଗଦେବେ ବୋଲି ପୂର୍ବତଟ  ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଏ.କେ. ମିଶ୍ର  ସୂଚନା ଦେଇଛନ୍ତି ।  

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ  ଆସନ୍ତା ୧୭ରେ ଓଡ଼ିଶା ଆସିବେ । ଏହି ଗସ୍ତ ଅବସରରେ  ପ୍ରଧାନମନ୍ତ୍ରୀ ୨୮ଶହ କୋଟିରୁ ଅଧିକ ରେଳ ପ୍ରକଳ୍ପ ରାଜ୍ୟକୁ ଭେଟି ଦେବେ । ସେଥିମଧ୍ୟରୁ  ୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସିଜୁ ଓ ପାରାଦୀପ  କୋଚିଂୟାର୍ଡ ମଧ୍ୟରେ ୭ କିଲୋମିଟରର ଫ୍ଲାଏ ଓଭରର  ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ପାରାଦୀପ  ଓ ବଡ଼ବନ୍ଧ ମଧ୍ୟରେ ୧୮.୫୧ ଦୀର୍ଘ ତୃତୀୟ ଓ ଚତୁର୍ଥ  ରେଳ ଲାଇନ, ୧୦.୯୩ କିମିର ମହାନଦୀ ଇନର୍‌ କରିଡର୍‌  (ଫେଜ୍‌-୧) ଦ୍ୱିତୀୟ ରେଳ ଲାଇନ ଓ ୪୧.୯ କିମିର ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନର ଭିତ୍ତି ପ୍ରସ୍ତର  ସ୍ଥାପନ କରିବେ । 

ଏହା ସହିତ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ  କରିବେ ପ୍ରଧାନମନ୍ତ୍ରୀ । ଲାଞ୍ଜିଗଡ଼ ରୋଡ-ଆମ୍ବଦୋଳା-ଡୋଲକାଲୁ(୨୫.୩୯୪କିମି) ରେଳ ଲାଇନକୁ ଲୋକାର୍ପିତ  କରିବେ । ଯାହା ବିଜୟନଗରମ୍‌ ଓ ଟିଟିଲାଗଡ଼ ତୃତୀୟ ରେଳ  ଲାଇନର ଏକ ଅଂଶ । ଅନୁରୂପ ଭାବେ ଲକ୍ଷ୍ମୀପୁର ରୋଡ  ଓ ଟିକିରି ମଧ୍ୟରେ ୨୨.୯୪ କିମି ଦ୍ୱିତୀୟ ରେଳ ଲାଇନ,  ସଦାଶିବପୁର ଦେଇ ଯାଇଥିବା ୪୦.୬୨ କିମିର ଢେଙ୍କାନାଳହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ରେଳ ଲାଇନକୁ  ଲୋକାର୍ପିତ କରିବେ । ଯାହା ବୁଢାପଙ୍କ ଓ ସାଲେଗାଓଁର  ଏକ ଅଂଶ । ୧୨.୫ କିମିର ବାଙ୍ଗୁରକେଲା ଓ ନାଉଗାଁ ଦ୍ୱିତୀୟ  ରେଳପଥର ମଧ୍ୟ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ।

  • PrameyaOdia
  • prameya
  • Vande Bharat Express
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.