ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୌରମଣ୍ଡଳରେ ବିରଳ ଘଟଣା, ଗୋଟିଏ ଧାଡିରେ ନଜର ଆସିଲେ ୬ ଗ୍ରହ

ନୂଆଦିଲ୍ଲୀ ୦୩/୦୬: ବ୍ରହ୍ମାଣ୍ଡରେ ଲୁକ୍‌କାୟିତ ଅଗଣିତ ରହସ୍ୟର ସନ୍ଧାନ ଲାଗି ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି । ଇତିମଧ୍ୟରେ ଏକ ବିରଳ ଘଟଣା ଘଟିଛି । ଏହି ସମୟରେ ସୌରମଣ୍ଡଳର ୬ଟି ଗ୍ରହ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ନେପଚ୍ୟୁନ୍‌ ଗୋଟିଏ ଧାଡି଼ରେ ନଜର ଆସିଛନ୍ତି । ସୌରମଣ୍ଡଳରେ ଘଟିଥିବା ଏହି ଦୁର୍ଲଭ ଘଟଣା ପୂରା ବିଶ୍ୱରେ ଦେଖାଯାଇଛି । ନ୍ୟୁୟର୍କ ସହର ଓ ଆଖପାଖ ଅଞ୍ଚଳରେ ଲୋକେ ଏହାକୁ ପ୍ରଥମେ ଦେଖିଛନ୍ତି । 

ନାସା ଅନୁସାରେ, ଗ୍ରହଗୁଡି଼କ ସୂର୍ଯ୍ୟର ଗୋଟିଏ ପଟେ ଜମା ହୋଇଗଲେ ଏଭଳି ହୋଇଥାଏ । ଏହା ପୂର୍ବରୁ ୧୯୭୦ ମସିହାରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଏହାକୁ ‘ପରେଡ୍‌ ଅଫ୍‌ ପ୍ଲାଟେନ୍‌ସ’ ବୋଲି ମଧ୍ୟ କୁହାଯାଇଥାଏ । ଜୁନ୍‌ ୩ ତାରିଖ ପରେ ଏହା ଆଉ କିଛି ଦିନ ଧରି ଦେଖିବାକୁ ମିଳିବ । ଅଗଷ୍ଟ ୨୮ ତାରିଖରେ ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ । ଏହାପରେ ୨୦୨୫ ମସିହା ଫେବ୍ରୁଆରୀ ୨୮ ତାରିଖରେ ମଧ୍ୟ ‘ପରେଡ୍‌ ଅଫ୍‌ ପ୍ଲାଟେନ୍‌ସ’ ଦେଖାଯିବ । ସେତେବେଳେ ପ୍ଲୁଟୋକୁ ଛାଡି଼ ସମସ୍ତ ଗ୍ରହ ଗୋଟିଏ ଧାଡ଼ିରେ ନଜର ଆସିବେ । ଆସନ୍ତାବର୍ଷ ଫେବ୍ରୁଆରୀ ୨୮ ତାରିଖ ପରେ ୨୦୪୦ ସେପ୍ଟେମ୍ବର ୮ ଓ ୨୦୮୦ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ଦୃଶ୍ୟ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.