ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ, ୨୪/୦୩: ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ୬.୯ ତୀବ୍ରତାର ଭୂମିକମ୍ପରେ ଥରିଛି ଉତ୍ତର ପପୁଆ ନ୍ୟୁ ଗିନି । ରବିବାର ଭୋର୍ ସମୟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ୟୁନାଇଟେଡ୍ ଷ୍ଟେଟ ଜିଓଲୋଜିକାଲ୍ ସର୍ଭେ ସୂଚନା ଦେଇଛି ।

ଅନୁଭୂତ ହୋଇଥିବା ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୩୫ ଗଭୀର ଏବଂ ଏହା ପୂର୍ବ-ଉତ୍ତର-ପୂର୍ବରେ ୩୨ କିଲୋମିଟର ଦୂର ଅମ୍ବୁନ୍ତି ବୋଲି ଜଣାପଡ଼ିଛି । ତେବେ ଭୂମିକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ତେବେ ପାପୁଆ ନ୍ୟୁ ଗିନିରେ ଭୂମିକମ୍ପ ଆସିବା ଏକ ସାଧାରଣ କଥା । ଏହା ‘ରିଙ୍ଗ ଅଫ୍ ଫାୟାର୍’ ଜୋନରେ ଆସୁଛି ।

ଏଠାରେ ପ୍ରାୟତଃ ଟେକ୍ଟୋନିକ୍ ପ୍ଲେଟର ଗତିବିଧି ଲାଗି ରହିଥାଏ । ଯାହାକି ଦକ୍ଷିଣପୂର୍ବ ଏସିଆରୁ ନେଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ବ୍ୟାପିଛି । ଗତବର୍ଷ ଏପ୍ରିଲ୍ ଏଠାରେ ୭ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ପ୍ରାୟ ୭ ଜଣ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.