ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ସୁପ୍ରିମକୋର୍ଟରେ ଗଡ଼ୁଛି ୮୩ ହଜାର ମାମଲା, ହାଇକୋର୍ଟ ଓ ଅନ୍ୟ ତଳକୋର୍ଟରେ ରହିଛି ୫ କୋଟି

ନୂଆଦିଲ୍ଲୀ,୩୧/୦୮: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ପ୍ରାୟ  ୮୩ ହଜାର (୮୨,୮୩୧) ମାମଲା ବିଚାରାଧୀନ ରହିଛି । ଏପର୍ଯ୍ୟନ୍ତ ଗଡୁଥିବା ମାମଲା ମଧ୍ୟରେ ଏହା ସର୍ବାଧିକ । ପଡି ରହିଥିବା ଏହି ମାମଲା ଭିତରୁ ୨୭,୬୦୪ଟି  ବା ୩୩ ପ୍ରତିଶତ ହେଉଛି ନୂଆ ଅର୍ଥାତ ବର୍ଷକରୁ କମ୍‌ ସମୟର । 

ରିପୋର୍ଟ  ଅନୁସାରେ ଚଳିତ ବର୍ଷ ସୁପ୍ରିମକୋର୍ଟରେ ୩୮,୯୯୫ଟି ନୂଆ ମାମଲା ଦାୟର  ହୋଇଛି । ଚଳିତବର୍ଷ ୩୭,୧୫୮ଟି ମାମଲାର ଫଇସଲା କରାଯାଇଛି । ଅର୍ଥାତ  ଚଳିତବର୍ଷ ଯେଉଁ ହାରରେ ମାମଲା ଦାୟର ହେଉଛି ପ୍ରାୟତଃ ସେହି ହାରରେ  ତାର ଫଇସଲା ମଧ୍ୟ କରାଯାଉଛି । ଗତ ୧୦ ବର୍ଷ ଭିତରେ ୮ଥର ବିଚାରାଧୀନ  ମାମଲା ସଂଖ୍ୟାରେ ବୃଦ୍ଧି ଘଟିଛି । କେବଳ ୨୦୧୫ ଓ ୨୦୧୭ରେ ଗଡୁଥିବା ମାମଲା  ସଂଖ୍ୟା ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ହାଇକୋର୍ଟରେ ୨୦୧୪ ସୁଦ୍ଧା ମୋଟ  ୪୧ ଲକ୍ଷ ମାମଲା ପଡିରହିଥିଲା । ବର୍ତ୍ତମାନ ଏହି ସଂଖ୍ୟା ୫୯ ଲକ୍ଷରେ ପହଞ୍ଚିଛି ।  

ସେହିଭଳି ତଳ କୋର୍ଟଗୁଡିକରେ ୨୦୧୪ରେ ୨.୬ କୋଟି ମାମଲା ରହିଥିଲା ।  ବର୍ତ୍ତମାନ ତାହା ୪.୫ କୋଟିରେ ପହଞ୍ଚିଛି । ଗତ ୧୦ ବର୍ଷ ଭିତରେ ସୁପ୍ରିମକୋର୍ଟରେ  ଗଡୁଥିବା ମାମଲା ସଂଖ୍ୟା ୨୦ ହଜାର ବଢ଼ିଛି । ୨୦୧୪ରେ ୬୩ ହଜାର ଥିଲା  ବେଳେ ବର୍ତ୍ତମାନ ୮୩ ହଜାରରେ ପହଞ୍ଚିଛି । ୨୦୦୯ରେ ସୁପ୍ରିମକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ୨୬ରୁ ବଢ଼ାଯାଇ ୩୧ କରାଯାଇଥିଲା । ୨୦୧୯ରେ ବିଚାରପତିଙ୍କ  ସଂଖ୍ୟା ୩୪କୁ ବଢ଼ାଯାଇଥିଲା । ହେଲେ ମାମଲା ସଂଖ୍ୟାରେ ହ୍ରାସ ଘଟିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.