ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଘରେ ପଶି ଯୁବକଙ୍କୁ ହତ୍ୟା ପରେ ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ, ଗୁଣି ସନ୍ଦେହରେ ୭ ମାସ ତଳେ ହୋଇଥିଲା ଗୁଳିମାଡ଼

Published By : Prameya | September 26, 2023 9:39 AM

ମୋହନା, ୨୬/୦୯ : ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା l ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀକୁ ବି ଛାଡିଲେନି ଦୁର୍ବୃତ୍ତl ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏଭଳି ଘଟଣା ଘଟିଛି l ସୋମବାର ରାତି ପ୍ରାୟ ୭ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଶଶିତl ମଲିକ l 

ସୂଚନାନୁଯାୟୀ, ୨ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରକୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ଶଶିତlଙ୍କୁ ମଧ୍ୟ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଗତ ବିଳମ୍ବିତ ରାତିରେ ଅଡବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l 

ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ କେହି ପଛପଟୁ ଗୁଳିମାଡ଼ କରିଥିଲା। ସେତେବେଳେ ସେ ଗୁରୁତର ହୋଇ ଯାଇଥିଲେ। ତେବେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ସେତେବେଳେ ତାଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ l ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.