ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ବାପାକୁ ପିଟି ପିଟି ପୁଅ ମାରି ଦେଇଥିବା ଅଭିଯୋଗ , ଅନ୍ତିମ ସଂସ୍କାର ପାଇଁ ମୃତଦେହ ସ୍ୱର୍ଗଦ୍ୱାର ନେବା ବେଳେ ଜବତ କଲା ପୋଲିସ

ନୀଳଗିରି,୨୧/୧୧(ଆ.ପ୍ର):ବାପାକୁ ପିଟିପିଟି ମାରିଦେଲେ ପୁଅ ଓ ବୋହୂ  । ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ଝିଅ। ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଓତାସାହି ଅଞ୍ଚଳରୁ ଏଭଳି ଅଭିଯୋଗ ଥାନାରେ ହୋଇଛି। ଅଭିଯୋଗ  ପାଇବା ପରେ ପୋଲିସ ମୃତଦେହ ଜବତ କରିଛି। 

ସୂଚନାଯୋଗ୍ୟ ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଓତାସାହି ଗ୍ରାମର ରାମ ଚନ୍ଦ୍ର ପଣ୍ଡାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ମରଶରୀରକୁ ସ୍ୱର୍ଗଦ୍ୱାର ଅନ୍ତିମ ସଂସ୍କାର ପାଇଁ ନେବା ପାଇଁ  ସଜବାଜ ଚାଲିଥିଲା।ହେଲେ ବାପାଙ୍କୁ ପୁଅ ଏବଂ ବୋହୁ ପିଟି ପିଟି ମାରିଥିବା ଝିଅ ସୁକାନ୍ତୀ ଦାସ ଥାନାରେ  ଅଭିଯୋଗ କରିଥିଲେ ।ନୀଳଗିରି ପୋଲିସ ଅଭିଯୋଗ ପାଇଲା ପରେ  ଅଧା ରାସ୍ତାରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଆଣିଛି। ତେବେ ରାମଚନ୍ଦ୍ରଙ୍କ ପୁଅଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି।

ଆହୁରି ପଢନ୍ତୁ : ୧୩୨ କେଭି ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା

Copyright © 2022 - Summa Real Media Private Limited. All Rights Reserved.