ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନନ୍ତ-ରାଧିକାଙ୍କ ବିବାହରେ ହେବ ୨୫୦୦ ବ୍ୟଞ୍ଜନ, ଇନ୍ଦୋରରୁ ଆସିବେ ୨୫ ଜଣିଆ ଦକ୍ଷ ସେଫ୍‌ଙ୍କର ଟିମ୍‌

ନୂଆଦିଲ୍ଲୀ ୨୮/୦୨: ଆସନ୍ତା ଜୁଲାଇ ୧୨ ତାରିଖରେ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଓ ତାଙ୍କ ପତ୍ନୀ ନିତା ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ବିବାହ କରିବେ । ନିଜ ପିଲାଦିନର ବନ୍ଧୁ ରାଧିକା ମର୍ଚାଣ୍ଟଙ୍କୁ ସେ ଜୀବନସାଥୀ ରୂପେ ବାଛିଛନ୍ତି । ଉଭୟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରଠାରେ ଏକ ୩ ଦିନିଆ ଭବ୍ୟ ପ୍ରି-ୱେଡିଂସେଲିବ୍ରେସନ୍‌ର ଆୟୋଜନ କରାଯାଇଛି । ଆସନ୍ତା ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଏ ଅବସରରେ ବିଲ୍‌ ଗେଟ୍‌ସ, ମେଲିଣ୍ଡା ଗେଟ୍‌ସ, ମାର୍କ ଜକରବର୍ଗ, ଇଭାଙ୍କା ଟ୍ରମ୍ପ୍‌, ଭୂଟାନ ରାଜାରାଣୀଙ୍କ ସମେତ ସମଗ୍ର ବିଶ୍ୱରୁ ଉଦ୍ୟୋଗ ଓ ଟେକ୍‌ ଦୁନିଆର ଅନେକ ନାମୀ ବ୍ୟକ୍ତିତ୍ୱ ଯୋଗ ଦେବେ । ଭବ୍ୟ ପ୍ରାକ୍‌-ବିବାହ ଉତ୍ସବରେ ଅତିଥିଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରୀତିଭୋଜନର ସ୍ୱତନ୍ତ୍ର ପ୍ରବନ୍ଧନ ହୋଇଛି । 

ରିପୋର୍ଟ ଅନୁସାରେ, ଏହି ବର୍ଣ୍ଣାଢ୍ୟ ଉତ୍ସବ ଲାଗି ଇନ୍ଦୋରରୁ ୨୫ ଜଣିଆ ଦକ୍ଷ ସେଫ୍‌ଙ୍କର ଏକ ଟିମ୍‌ ଜାମନଗରରେ ପହଞ୍ଚିବେ । ଜାର୍ଡିନ୍‌ ହୋଟେଲର ନିର୍ଦ୍ଦେଶକ କହିଛନ୍ତି, ଏ ଅବସରରେ ପାକ କଳାର ମୁଖ୍ୟ ଆକର୍ଷଣ ହେବ ଇନ୍ଦୋରୀ ବ୍ୟଞ୍ଜନ । ଏଥିସହିତ ପାର୍ସୀ, ଥାଇ, ମେକ୍ସିକାନ୍‌ ଓ ଜାପାନିଜ୍‌ ବ୍ୟଞ୍ଜନ ସମେତ ସମଗ୍ର ଏସିଆର ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଜରିଆରେ ଅତିଥିଙ୍କୁ ଆପ୍ୟାୟିତ କରିବ ଅମ୍ବାନି ପରିବାର ।

୩ ଦିନିଆ ପ୍ରି-ୱେଡିଂ ସେଲିବ୍ରେସନ୍‌ରେ ୨୫ଶହ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହେବ । ୩ ଦିନ ମଧ୍ୟରେ କୌଣସି ପ୍ରକାର ବ୍ୟଞ୍ଜନର ପୁନରାବୃତ୍ତି ଯେମିତି ନ ହୁଏ, ସେଥିପ୍ରତି ପ୍ରବନ୍ଧନ ଟିମ୍‌ ଖାସ୍‌ ଧ୍ୟାନ ଦେବେ । ସକାଳ ଜଳଖିଆରେ ୭୦ରୁ ଅଧିକ ପ୍ରକାର ବ୍ୟଞ୍ଜନ ରହିବ । ତା’ପରେ ଉଭୟ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ୨୫୦ ପ୍ରକାର ଲେଖାଏଁ ବ୍ୟଞ୍ଜନ ରହିବ । ଶୁଦ୍ଧ ଶାକାହାରୀ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଧ୍ୟରାତ୍ରିରେ ଜଳଖିଆର ବ୍ୟବସ୍ଥା ମଧ୍ୟ ରହିବ । ରାତି ୧୨ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଅତିଥିଙ୍କ ପାଇଁ ପ୍ରାୟ ୮୫ ପ୍ରକାର ଜଳଖିଆର ବ୍ୟବସ୍ଥା କରାଯିବ । ଉତ୍ସବରେ ୧୦୦୦ରୁ ଅଧିକ ଅତିଥି ଯୋଗ ଦେବାର ଅନୁମାନ କରାଯାଉଛି । ଏହି ୩ ଦିନିଆ ଭବ୍ୟ ଉତ୍ସବରେ ବିଭିନ୍ନ ପ୍ରକାର ଥିମ୍‌ବିଶିଷ୍ଟ କାର୍ଯ୍ୟକ୍ରମରେ ଅତିଥି ଯୋଗ ଦେବେ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅତିଥିଙ୍କ ପାଇଁ ନିଆରା ଡ୍ରେସ୍‌ କୋଡ୍‌ ରହିବ । କାର୍ଯ୍ୟକ୍ରମ ବିଷୟରେ ଅତିଥିଙ୍କୁ ବୁଝାଇବା ପାଇଁ ଜଣେ ଲେଖାଏଁ ମାର୍ଗଦର୍ଶକ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.