ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪୦୦ କୋଟିରୁ ଆଉ ଅଳ୍ପ ଦୂରରେ ରଣବୀରଙ୍କର ‘ଆନିମଲ’ ; ୱିକେଣ୍ଡରେ ଭାଙ୍ଗିବ ରେକର୍ଡ !

ମୁମ୍ୱାଇ : ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ‘ ଆନିମଲ’ର ଧମାକା ବକ୍ସ ଅଫିସରେ ଜାରି ରହିଛି। ସିନେମାଟି ଦିନକୁ ଦିନ ଆୟ କରିବାରେ ଲାଗିଛି। ରଣବୀର କପୁର ଓ ବବି ଦେଓଲଙ୍କ ଅଭିନୀତ ଆନିମଲ ୧ ଡିସେମ୍ୱରରେ ସିନେମା ହଲ୍‌ରେ ରିଲିଜ ହୋଇଛି। ସିନେମାରେ ଉଭୟ ଷ୍ଟାର୍‌ଙ୍କର ଜବରଦସ୍ତ ଅଭିନୟର ଖୁବ୍‌ ଚର୍ଚ୍ଚା ହେଉଛି। ଆୟ ମାମଲାରେ ଫିଲ୍ମ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ କରିବାରେ ଲାଗିଛି। ‘ଆନିମଲ’ର ରିଲିଜ୍‌ ହେବାର ଆଜିକୁ ୯ଦିନ ହୋଇଛି। ଆୟ ମାମଲାରେ ଏହି ଫିଲ୍ମ ଇତିହାସ ରଚିଛି। ଆସନ୍ତୁ ଜାଣିବା ଶନିବାର ଘରୋଇ ବକ୍ସ ଅଫିସରେ ଫିଲ୍ମ ଏବେସୁଦ୍ଧା କେତେ କଲେକ୍ସନ କରିଛି। 

ଫିଲ୍ମରେ କାମ ନଥିଲା , କ୍ରିକେଟ୍‌ ଖେଳୁଥିଲେ ବବି ଦେଓଲ : କେମିତି ମିଲିଲା ‘ ଆନିମଲ୍’ କହିଲେ ଏହି ଅଭିନେତା

ୱିକେଣ୍ଡରେ କରି ପାରେ କମାଲ – 

ରଣବୀର କପୁରଙ୍କ ଫିଲ୍ମ ଆନିମଲ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ଏହି ଫିଲ୍ମର ବକ୍ସ ଅଫିସରେ ଭିକି କୌଶଲଙ୍କର ସିନେମା ସାମ୍‌ ବାହାଦୂର ର ସହ ଲଢେଇ ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଫିଲ୍ମ ପ୍ରତିଦିନ କୋଟି କୋଟି ଟଙ୍କା ଆୟ କରୁଛି। ଏଥିରେ ଆଶା କରାଯାଉଛି କି ,ଏହିଥର ମଧ୍ୟ ଆନିମଲକୁ ୱିକେଣ୍ଡର ପୂରା ଫାଇଦା ମିଳିବ। ଫିଲ୍ମ ପାଖାପାଖି ଗୋଟିଏ ସପ୍ତାହରେ ବିଶ୍ୱ ସ୍ତରରେ ୬୦୦ କୋଟି ଟଙ୍କା ଅତିକ୍ରମ କରି ସାରିଛି। ଏଥିରେ ସମସ୍ତଙ୍କ ନଜର ଘରୋଇ ବକ୍ସ ଅଫିସ ଉପରେ ରହିଛି। 

ଗତକାଲି ସୁଦ୍ଧା ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୩୫୦ କୋଟି ଟଙ୍କାର ସଂଖ୍ୟା ପାରି ହୋଇ ଥିଲା। ସେପଟେ ଏବେ ୯ମ ଅର୍ଥାତ୍‌ ଶନିବାର ଦିନର ପ୍ରାରମ୍ଭିକ ତଥ୍ୟ ଆସି ସାରିଛି। Sacnilkର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ମୁତାବିକ, ଆନିମଲ ୯ମ ଦିନ ୨୨.୦୬ କୋଟି ଟଙ୍କାର କଲେକ୍ସନ କରିଛି। ଯଦି ଏହି ତଥ୍ୟ ଠିକ୍ ରହେ ତ ଆନିମଲର ମୋଟ କଲେକ୍ସନ ଏବେ ୩୮୨.୫୯ କୋଟି ଟଙ୍କା ହୋଇପାରେ। ଫାଇନାଲ ରିପୋର୍ଟ ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଆଶା କରାଯାଉଛି କି, ଫାଇନାଲ ରିପୋର୍ଟ ଭଲ ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.