ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆସିଲା ମ୍ୟୁଜିକ ଫେଷ୍ଟିଭାଲରେ ହମାସ ଆତଙ୍କର ଆଉ ଏକ ଲୋମ ଟାଙ୍କୁରା ଭିଡ଼ିଓ , ଚାରିଆଡ଼େ ବିଛେଇ ହୋଇ ପଡ଼ିଥିବା ମୃତଦେହ ଭାଇରାଲ

ନୂଆଦିଲ୍ଲୀ : ହମାସ ଆତଙ୍କର ଆଉ ଏକ ଲୋମଟାଙ୍କୁରା ଭିଡ଼ିଓ ଆସିଛି ସାମ୍ନାକୁ। ଭିଡ଼ିଓଟି ହେଉଛି ୭ ଅକ୍ଟୋବରରେ ଦକ୍ଷିଣ ଇସ୍ରାଏଲୀୟ ରେଗିସ୍ତାନରେ ହୋଇଥିବା ଏକ ସଙ୍ଗୀତ ଉତ୍ସବର। ସେଠାରେ  ହମାସ ଆତଙ୍କବାଦୀ ମାନେ ଖେଳିଥିଲେ ରକ୍ତର ହୋଲି । ଏହି ନରସଂହାରର ଭିଡ଼ିଓ ଏବେ ଭାଇରାଲ ହେଉଛି। ଭିଡ଼ିଓଟି ହମାସର ହମଲା ପରେ ପରେ ଉଦ୍ଧାର ଅଭିଯାନ ବେଳେ ସୁଟ୍‌ କରାଯାଇଥିଲା, ଯେଉଁଥିରେ ପୂରା ଆୟୋଜନ ସ୍ଥଳରେ ଯୁବକଯୁବତୀଙ୍କ ମୃତଦେହ ଚାରିଆଡ଼େ ବିଛେଇ ପଡ଼ିଛି। ଏଠାରେ ସେମାନେ ସକାଳେ ନୃତ୍ୟ ଗୀତରେ ମସଗୁଲ ଥିଲେ। 

ଇସ୍ରାଏଲୀୟ ଅଧିକାରୀଙ୍କ ଅନୁସାରେ ,ସେଠାରେ ଆୟୋଜିତ ସୁପରନୋଭା ଟ୍ରାନ୍ସ ସଙ୍ଗୀତ ଉତ୍ସବରେ ଅତି କମ୍‌ରେ ୨୬୦ଜଣ ଲୋକଙ୍କର ହତ୍ୟା କରି ଦିଆ ଯାଇଥିଲା ଏବଂ ଅନେକ ଲୋକଙ୍କୁ ମଧ୍ୟ ଅପହରଣ କରି ନିଆ ଯାଇଥିଲା । ଦୁଃଖଦ କଥା ଏହା କି, ଏହି ଘଟଣା ସେତେବେଳେ ଆତଙ୍କ ଦୃଶ୍ୟରେ ବଦଳି ଗଲା , ଯେବେ ବନ୍ଧୁକଧାରୀମାନେ ଶନିବାର ସକାଳେ ଗାଜା ସୀମାର ପାଚେରୀକୁ  ଭାଙ୍ଗି ପ୍ରବେଶ କରି ଥିଲେ। ଏହି ଆତଙ୍କବାଦୀମାନେ ପାଖାପାଖି ୩,୫୦୦ଯୁବ ଇସ୍ରାଏଲୀୟଙ୍କୁ ଟାର୍ଗେଟ କରିଥିଲେ ,ଯେଉଁମାନେ ମ୍ୟୁଜିକ ଫେଷ୍ଟିଭାଲର ଗୋଟିଏ ରାତି ପାଇଁ ଏକାଠି ହୋଇଥିଲେ । 

ଉତ୍ସବକୁ ଆସିଥିବା ଲୋକଙ୍କ କହିବାନୁସାରେ , ହମାସ ଆତଙ୍କୀ ମାନେ ଏହି ସ୍ଥାନକୁ ଗାଡ଼ି ଓ ମୋଟର ସାଇକେଲରେ ଆସିଥିଲେ । ସେମାନେ ନୀରିହ ଲୋକଙ୍କୁ ଟାର୍ଗେଟ୍‌ କରିଥିଲେ।। ସେମାନେ ସାଥିରେ ବହୁ ମାତ୍ରାରେ  ବଡ଼ି ଆର୍ମର , ଏକେ-୪୭ ଅସଲ୍ଟ ରାଇଫଲ ଓ ରକେଟ୍ ଚାଳିତ ଗ୍ରେନେଡ୍‌ ସବୁ ଆଣିଥିଲେ । 

ଉକ୍ତ ଆଶ୍ଚର୍ଯ୍ୟକର ଘଟଣାର ଫଳସ୍ୱରୂପ ଅତି କମ୍‌ରେ ୨୬୦ ଜଣ ଲୋକ ମୃତାହତ ହୋଇଥିଲେ , ଯେଉଁଥିରେ ମୃତ୍ୟୁ ଓ ଅପହରଣ ବି ସାମିଲ ଅଛି, ଏହାକୁ ନେଇ ପୂରା କ୍ଷେତ୍ରରେ ଦୁଃଖର ଛାୟା ଖେଳିଯାଇଥିଲା। ଆଉ ଏହି ଘଟଣା ପୂରା ବିଶ୍ୱର ଛାତିକୁ ଦୋହଲାଇ ଦେଇଥିଲା।

 

Copyright © 2022 - Summa Real Media Private Limited. All Rights Reserved.