କଲୋମ୍ବୋ, ୦୭/୦୯: ଏସିଆ କପର ତୃତୀୟ ମୁକାବିଲା ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ବେଳେ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା । ଏବେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ଉପରେ ବର୍ଷା ବିପଦ ଘନେଇବାରେ ଲାଗିଛି । ସୁପର୍-୪ର ତୃତୀୟ ମୁକାବିଲା କଲୋମ୍ବୋରେ ଖେଳାଯିବ । ଏବେ କଲୋମ୍ବୋରେ ପ୍ରବଳ ବର୍ଷା ହେଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି ।
୧୦ ସେପ୍ଟେମ୍ବରରେ କଲୋମ୍ବୋରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । କିନ୍ତୁ ପ୍ରବଳ ବର୍ଷା ପାଇଁ ପିଚ୍ ଓ ପଡ଼ିଆର ପ୍ରସ୍ତୁତି ପ୍ରଭାବିତ ହୋଇଛି । ଯାହାକୁ ନେଇ ବେଶ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ । ଭାରତୀୟ ଖେଳାଳି ବର୍ଷା ଯୋଗୁଁ ଅଭ୍ୟାସ୍ କରିପାରୁ ନାହାନ୍ତି । ଉଭୟ ଦଳ ମଧ୍ୟରେ ପୂର୍ବ ମ୍ୟାଚ୍ ପଲ୍ଲେକଲରେ ଖେଳା ଯାଇଥିବା ବେଳେ ବର୍ଷା ବାଧକ ସାଜିଥିଲା ।
ପାକିସ୍ତାନର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡଲାଇଟ୍, ପ୍ରାୟ ଅଧଘଣ୍ଟା ବନ୍ଦ ରହିଲା ଖେଳ
ଏସିଆ କପ୍ ୨୦୨୩ ସମ୍ପୂର୍ଣ୍ଣ ଭାବେ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ବର୍ଷା ପାଇଁ ଷ୍ଟାଡିୟମ୍ ପରିବର୍ତ୍ତନ ହୋଇପାରେ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏକ ରିପୋର୍ଟ ଅନୁସାରେ, ଭାରତ ଓ ପାକିସ୍ତାନ ମ୍ୟାଚ୍ କଲୋମ୍ବୋ ପରିବର୍ତ୍ତେ ହମ୍ବନଟୋଟାରେ ଖେଳା ଯାଇପାରେ । ତେବେ ଭେନ୍ୟୁ ବଦଳିବ କି ନାହିଁ ସେନେଇ କୌଣସି ଔପଚାରିକ ସୂଚନା ମିଳି ନାହିଁ ।
ଏସିଆ କପ୍ ୨୦୨୩ର ସୁପର ୪ରେ ୪ଟି ଟିମ୍ ସ୍ଥାନ ପକ୍କା କରିଛନ୍ତି । ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଟିମ୍ ସୁପର୍ ୪ରେ ପହଞ୍ଚିଛନ୍ତି । ଆଫଗାନିସ୍ତାନ ଓ ନେପାଳ ଟୁର୍ଣ୍ଣାମେଣ୍ଟରୁ ବାହର ହୋଇ ଯାଇଛନ୍ତି । ଭାରତର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିଲା । ଫଳରେ ପାକିସ୍ତାନ ଓ ଭାରତକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଥିଲା । ଦ୍ୱିତୀୟ ମ୍ୟାଚରେ ଭାରତ ୧୦ ୱିକେଟରେ ନେପାଳକୁ ହରାଇ ସୁପର୍ ୪ରେ ପହଞ୍ଚିଥିଲା ।
World Cup 2023: ବିଶ୍ୱକପ୍ ପାଇଁ ବିସିସିଆଇ ବିକ୍ରି କରିବ ୪ ଲକ୍ଷ ଟିକେଟ୍, ଜାଣନ୍ତୁ କେବେଠୁ କିଣିବେ...