ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାକି ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା, ବିରାଟ ଓ ଶ୍ରେୟସ ବାଦ୍, ଫେରିଲେ କେଏଲ୍ ରାହୁଲ୍ ଓ ରବୀନ୍ଦ୍ର ଜାଡ଼େଜା

ମୁମ୍ବାଇ, ୧୦/୦୨: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ଟି ମ୍ୟାଚ୍ ଲାଗି ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ନୂଆ ଦଳରେ ଜଣେ ନୂଆ ଚେହେରାକୁ ସ୍ଥାନ ମିଳିଛି । ଦଳକୁ କେଏଲ୍ ରାହୁଲଙ୍କ ସହ ଫେରିଛନ୍ତି ରବୀନ୍ଦ୍ର ଜାଡ଼େଜା । ଅନ୍ତିମ ୩ଟି ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦଳରେ ନାହାନ୍ତି ।

ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ଲାଗି ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ପେସ୍ ବୋଲର୍ ବିଭାଗରେ ଦଳର ଉପଅଧିନାୟକ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ମୁକେଶ କୁମାରଙ୍କ ସହ ଯୁବ ଖେଳାଳି ଆକାଶ ଦୀପ ସ୍ଥାନ ପାଇଛନ୍ତି । ସେହିଭଳି ସ୍ପିନ୍ ବିଭାଗରେ ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ସହ ୱାଂଶିଟନ ସୁନ୍ଦରଙ୍କୁ ସ୍ଥାନ ମିଳିଛି ।

ଷ୍ଟାର ବ୍ୟାଟ୍ସମ୍ୟାନ୍ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ । ସେ ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ମ୍ୟାଚରେ ସାମିଲ୍ ହୋଇ ନଥିଲେ । ସେହିଭଳି ଆହତ କାରଣରୁ ଶ୍ରେୟସ ଆୟରଙ୍କୁ ମଧ୍ୟ ଦଳରେ ସାମିଲ୍ କରାଯାଇ ନାହିଁ । ସେ ସିରିଜରୁ ବାଦ୍ ପଡ଼ିଛନ୍ତି ।

ତେବେ ରବୀନ୍ଦ୍ର ଜାଡ଼େଜା ଓ କେଏଲ୍ ରାହୁଲ୍ ଖେଳିବା ବିସିସିଆଇ ମେଡିକାଲ୍ ଟିମର ଫିଟନେସ୍ ମଞ୍ଜୁରୀ ଉପରେ ନିର୍ଭର କରେ । ଅର୍ଥାତ୍ ବିସିସିଆଇ ମେଡିକାଲ୍ ଟିମ୍ ଫିଟ୍ ଘୋଷଣା କଲେ ଜାଡ଼େଜା ଓ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦେଶରେ ସାମିଲ୍ ହୋଇ ପାରିବେ ।

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଫେବ୍ରୁଆରୀ ୧୫ରୁ ରାଜକୋଟରେ ଖେଳା ଯିବ । ଫେବ୍ରୁଆରୀ ୨୩ରେ ରାଞ୍ଚିରେ ଚତୁର୍ଥ ଟେଷ୍ଟ, ସିରିଜର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୭ରେ ଧର୍ମଶାଳାରେ ଖେଳାଯିବ ।

ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମରା (ଉପଅଧିନାୟକ), ଯଶ୍ୱସୀ ଜୟସୱାଲ୍, ଶୁଭମନ ଗିଲ୍, କେଏଲ୍ ରାହୁଲ୍, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ୍ (ୱିକେଟ୍ ରକ୍ଷକ), କେଏସ୍ ଭରତ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.