ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌-ଇଣ୍ଡିଆ ଘୋଷଣା, ସଞ୍ଜୁ ସାମସନ୍‌ଙ୍କୁ ମିଳିଲାନି ସୁଯୋଗ

Image Courtesy: revsportz

ନୂଆଦିଲ୍ଲୀ: ଆଇସିସି ବିଶ୍ଵକପ୍ ୨୦୨୩ ସମାପ୍ତ ହେବାର ଗୋଟିଏ ଦିନ ପରେ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରିଛି । ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ୍ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲିଙ୍କ ସମେତ ଶୁଭମନ ଗିଲ୍, କେଏଲ ରାହୁଲ, ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସେପଟେ ଶେଷ ଦୁଇଟି ମ୍ୟାଚ୍‌ରେ ଉପ-ଅଧିନାୟକ ରହିବେ ଶ୍ରେୟସ ଆୟର ।

 ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା କାରଣରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଉଲ୍ଲେଖନୀୟ ରୋହିତ-କୋହଲି ଲମ୍ବା ସମୟରୁ ଟି-୨୦ ଦଳ ରଣନୀତିର ଅଂଶ ବିଶେଷ ନାହାନ୍ତି। ଋତୁରାଜ ଗାଏକଓ୍ଵାଡ଼ଙ୍କୁ ଟି-୨୦ ସିରିଜରେ ତିନୋଟି ମ୍ୟାଚ୍ ପାଇଁ ଦଳର ଉପ-ଅଧିନାୟକ କରାଯାଇଛି। ଗାଏକଓ୍ଵାଡ଼ଙ୍କ ନେତୃତ୍ଵରେ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିଲା । ଅନ୍ୟପଟେ ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଏଥର ବି ସୁଯୋଗ ମିଳିନାହିଁ । 

 ଚୟନକର୍ତ୍ତା ଜିତେଶ ଶର୍ମା ଓ ଇଶାନ କିଶାନଙ୍କ ଉପରେ ବିଶ୍ବାସ କରିଛନ୍ତି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଅନଫିଟ୍ କାରଣରୁ ବିଶ୍ଵକପ୍ ଖେଳି ପାରି ନ ଥିଲେ। ଯୁବ ଓପନର ଯଶସ୍ଵୀ ଜୟସଓ୍ଵାଲ, ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରିଙ୍କୁ ସିଂ ଓ ତିଳକ ବର୍ମା ନିଜର  ସ୍ଥାନ ବଜାୟ ରଖିଛନ୍ତି।

 ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ଼(ଉପଅଧିନାୟକ), ଇଶାନ କିଶନ, ଯଶସ୍ଵୀ ଜୟସଓ୍ଵାଲ୍, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ୍, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଅଭେଶ ଖାନ, ମୁକେଶ କୁମାର ।

ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଟିମ୍‌

ମାଥ୍ୟୁ ଓ୍ଵେଦ(ଅଧିନାୟକ), ମାଥ୍ୟୁ ସର୍ଟ, ଟିମ୍ ଡେଭିଡ୍, ଷ୍ଟିଭ ସ୍ମିଥ୍, ଟ୍ରେଭିସ୍ ହେଡ୍, ଡେଭିଡ୍ ଓ୍ଵାର୍ଣ୍ଣର, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ମାର୍କସ ଷ୍ଟୋଇନିସ୍, ସିନ ଆବଟ୍, ଜୋସ ଇଙ୍ଗ୍ଲିସ, ତନବୀର ସାନ୍ଧା, ନାଥନ ଏଲିସ,  ଜାସନ ବେହରେନଡର୍ଫ, ସ୍ପେନସର ଜନସନ, ଆଡମ ଜାମ୍ପା।

 

  • Australia series
  • Copyright © 2022 - Summa Real Media Private Limited. All Rights Reserved.