ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ଟି ଭୋଟ୍‌ରେ ଜିତିଲା ବିଜେପି, ୮ ଭୋଟ୍‌ ରଦ୍ଦ… ଚଣ୍ଡୀଗଡ଼ ମେୟର ନିର୍ବାଚନରେ ହାରିଲେ ଆପ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଚଣ୍ଡୀଗଡ଼ର ମେୟର ନିର୍ବାଚନକୁ ଲିଟମସ୍‌ ଟେଷ୍ଟ ବୋଲି କହୁଥିବା ଆମ ଆଦମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସକୁ ଝଟକା ଲାଗିଛି ।  ଚଣ୍ଡୀଗଡ଼ ମେୟର ପଦ ଲାଗି ଆପ୍‌ର ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଚଣ୍ଡୀଗଡ଼ ନିଗର ନିଗମରେ ବିଜେପି ପ୍ରାର୍ଥୀ ମନୋଜ ସୋନକର ୧୬ଟି ଭୋଟ ପାଇବା ସହ ବିଜୟ ହାସଲ କରିଛନ୍ତି । ୩୫ ଜଣ କର୍ପୋରେଟର ଏବଂ ଜଣେ ସାଂସଦ ଭୋଟ ଦେଇଥିବା ବେଳେ ଆପ୍‌ ପ୍ରାର୍ଥୀଙ୍କ ଖାତାକୁ ୨୦ଟି ଭୋଟ ଯାଇଥିଲା । ହେଲେ ୮ଟି ଭୋଟ ନାକୋଚ ହୋଇଥିଲା । ଫଳରେ କୁଳଦୀପ କୁମାରଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି ।  କୁଳଦୀପଙ୍କୁ କଂଗ୍ରେସର ମଧ୍ୟ ସମର୍ଥନ ଥିଲା । ଯଦି ଏହି ୮ଟି ଭୋଟ ବୈଧ ହୋଇଥାନ୍ତା ତେବେ ନିର୍ବାଚନୀ ପରିଣାମ କିଛି ଅଲଗା ହୋଇଥାନ୍ତା ।

 ଶେଷରେ ଅଧିକ ଭୋଟ ପାଇଥିଲେ ହେଁ ବିଜେପିର ସୋନକରଙ୍କ ଠାରୁ କୁଳଦୀପ ପରାସ୍ତ ହୋଇଛନ୍ତି । ଚଣ୍ଡୀଗଡ଼ ନଗର ନିଗମରେ ବିଜେପିର ୧୪ ଜଣ କର୍ପୋରେଟର ଅଛନ୍ତି । ଏହା ପରେ ୧୩ ଜଣ କର୍ପୋରେଟରଙ୍କ ସହ ଆପ୍‌ ଦ୍ବିତୀୟ ବଡ଼ ଦଳ । ସେପଟେ କଂଗ୍ରେସ ପାଖରେ ୭ ଜଣ କର୍ପୋରେଟର ଥିବା ବେଳେ ଶିରୋମଣୀ ଅକାଳି ଦଳ ପାଖରେ ଜଣେ କର୍ପୋରେଟର ଅଛନ୍ତି । 

ଚଣ୍ଡୀଗଡ଼ ମେୟର ନିର୍ବାଚନ ଲାଗି ସ୍ଥାନୀୟ ସାଂସଦଙ୍କୁ ମଧ୍ୟ ମତଦାନ କରିବାର ଅଧିକାର ରହିଛି । ବିଜେପିର କିରଣ ଖେର ଏଠାରେ ସାଂସଦ ଅଛନ୍ତି । ଅନ୍ୟପଟେ ପରାଜୟ ପରେ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ମେୟର ନିର୍ବାଚନରେ ବେଇମାନୀର ଗନ୍ଧ ବାରିଛନ୍ତି କେଜ୍ରିଓ୍ବାଲ । ଯଦି ମେୟର ନିର୍ବାଚନରେ ଏଭଳି ହେଉଛି ତେବେ ଦେଶର ନିର୍ବାଚନ ସମୟରେ କେତେ ଦୁର୍ନୀତି ନହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଟ୍ବିଟ୍‌ କରିଛନ୍ତି । ଏହାକୁ  ଇଣ୍ଡିଆ ମେଣ୍ଟ ବିରୋଧରେ ପ୍ରଥମ ବିଜୟ ବୋଲି କହିଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରଥମ ଥର ବିଜେପି ବିରୋଧରେ ନିର୍ବାଚନ ଲଢ଼ିଥିଲା ଏବଂ ପରାସ୍ତ ହୋଇଛି ବୋଲି ଟ୍ବିଟରେ ଲେଖିଛନ୍ତି ଜେପି ନଡ୍ଡା ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.