ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଧର୍ମ’ କରୁନି ଏମ୍ସ ଧର୍ମଶାଳା, ଶୀତ କାକରରେ ରାସ୍ତା କଡ଼ରେ ଶୋଉଛନ୍ତି ରୋଗୀଙ୍କ ସଂପର୍କୀୟ

ଭୁବନେଶ୍ୱର,୦୨/୧୨: କିଏ ଉଦ୍‌ଘାଟନ  କରିବ ଏମ୍‌ସ ଭବନେଶ୍ୱର ଧର୍ମଶାଳା? ସ୍ଥିର  ହୋଇପାରୁନି । ଏମ୍‌ସ ଭୁବନେଶ୍ୱରରେ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନିଜ ଲୋକଙ୍କ  ରୋଗକୁ ନେଇ ମାନସିକ ଚିନ୍ତାରେ ଥିଲାବେଳେ  ରାତିରେ ମଶା ଆଉ ଶୀତକାକର ସହ ଯୁଝୁଛନ୍ତି ।  ଏମ୍‌ସ ଭୁବନେଶ୍ୱରରେ ରୋଗୀ ସମ୍ପର୍କୀୟଙ୍କ  ପାଇଁ ଧର୍ମଶାଳା ଥାଇ ବି ଏହା ‘ଧର୍ମ’ କରୁନଥିବା  ଅଭିଯୋଗ ହୋଇଛି । 

ଖୋଲା ଆକାଶ ତଳେ  ରୋଗୀଙ୍କ ସମ୍ପର୍କୀୟ ଅତି ଦୟନୀୟ ଅବସ୍ଥାରେ  ଛଟପଟ ହେଉଛନ୍ତି । କିଏ ହସ୍ପିଟାଲ ବାରଣ୍ଡାରେ  ଆଶ୍ରୟ ନେଉଛି ତ ଆଉ କିଏ ଶୀତ କାକରରେ  ରାସ୍ତା କଡ଼ରେ ପଡ଼ି ରହୁଛି । ରୋଗୀଙ୍କ ଯନ୍ତ୍ରଣାଠାରୁ  ଏମାନଙ୍କ ଯନ୍ତ୍ରଣା ବଢ଼ିଯାଉଛି । ଆଉ ମଶା ଓ  ଶୀତ କାକରରେ ପଡ଼ି ପଡ଼ି ନିଜେ ରୋଗୀ ପାଲଟି  ଯାଉଛନ୍ତି । ଏମ୍‌ସ କର୍ତ୍ତୃପକ୍ଷ ଏଭଳି ସମ୍ବେଦନଶୀଳ  ଓ ସ୍ପର୍ଶକାତର ଦିଗ ପ୍ରତି ଅଣଦେଖା କରିଚାଲିଛନ୍ତି ।  

ରୋଗୀ ସଂପର୍କୀୟଙ୍କ ରହିବା ପାଇଁ ଏମ୍ସ  ପରିସରରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ  କରାଯାଇଛି ଧର୍ମଶାଳା । ଏହିରେ ପାଖାପାଖି  ୪୮୦ ବେଡ୍‌ ରହିଛି । ଏହାର ସମସ୍ତ କାର୍ଯ୍ୟ ମଧ୍ୟ  ଶେଷ ହୋଇଛି । ଧର୍ମଶାଳା ସମ୍ପର୍କୀୟଙ୍କୁ ସ୍ୱାଗତ  କରିବା ଲାଗି ଅପେକ୍ଷା କରିଛି । ହେଲେ ଧର୍ମଶାଳା  ଉଦ୍‌ଘାଟନ ପାଇଁ ଅତିଥି ଚୟନ ଓ ତାରିଖ  ସ୍ଥିର ହୋଇପାରୁନି । କିଏ କରିବ ଉଦ୍‌ଘାଟନ?  କେନ୍ଦ୍ରମନ୍ତ୍ରୀ ନା ନାଲକୋ କର୍ତ୍ତୃପକ୍ଷ ? ତାହାକୁ  ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଏମ୍ସକୁ ଆସୁଥିବା ରୋଗୀଙ୍କ  ପାଇଁ କାଳ ସାଜିଛି । ନାଲକୋ ସିଏସ୍‌ଆର୍‌ ପାଣ୍ଠିରୁ  ଧର୍ମଶାଳା ନିର୍ମାଣ ହୋଇଛି ।  

ଖବରରେ ପ୍ରକାଶ ପାଇଥିବା ଫଟୋ କିଛି  ବୟାନ କରୁଥିଲାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ  ଏହାକୁ ଖଣ୍ଡନ କରିଛନ୍ତି । ଏମ୍ସ ଧର୍ମଶାଳାରେ ୭୦ଟି ବେଡରେ ରୋଗୀଙ୍କ ସଂପର୍କୀୟ ରହୁଛନ୍ତି ।  ଖୁବ୍‌ଶୀଘ୍ର ଏହାର ଉଦ୍‌ଘାଟନ କରାଯାଇ ବାକି  ବେଡକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ  କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.