ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୪ ବର୍ଷ ବୟସରେ ଦୁର୍ବ୍ୟବହାରର ଶିକାର ହୋଇଥିଲେ ଭୂମି ପେଡନେକର , ବହୁ ବର୍ଷ ପରେ ଅଭିନେତ୍ରୀ କହିଲେ ମନର ତଳର ଯନ୍ତ୍ରଣା

ମୁମ୍ୱାଇ –ଭୂମି ପେଡନେକର ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ବିନା କୌଣସି ଗଡ଼ ଫାଦରରେ ନିଜର ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରୀରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କୁ ତାଙ୍କର ଆକ୍ଟିଂ ଓ ଗ୍ଲାମରସ୍‌ ଅନ୍ଦାଜ ପାଇଁ ଜଣାଯାଏ। ଅନେକ ସମୟରେ ଦେଖା ଯାଇଛି କି ସେ ଏମିତି ଭାବେ ଆକ୍ଟିଂ କରିଥାନ୍ତି , ଯାହାକୁ ନେଇ ଚର୍ଚ୍ଚାରେ ଥାନ୍ତି। ଫିଲ୍ମ ଥ୍ୟାଙ୍କ୍‌ ୟୁ ଫର କମିଂ ପରେ ଏବେ ସେ ଅପକମିଂ ଫିଲ୍ମ ଭକ୍ଷକ୍‌ କୁ ନେଇ ଚର୍ଚ୍ଚାରେ। ଏଥିରେ ତାଙ୍କର ଜବରଦସ୍ତ ରୋଲ୍ ରହିଛି। ଏହାକୁ ପ୍ରଶଂସକମାନେ ଖୁବ୍‌ ଅପେକ୍ଷା କରି ରହିଛନ୍ତି। ଏହାର ଟ୍ରେଲର ରିଲିଜ ହୋଇ ସାରିଛି। ଏହି ମଧ୍ୟରେ ଭୂମି ଖୁଲାସା କରିଛନ୍ତି କି, ସେ ୧୪ ବର୍ଷ ବୟସରେ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଯାହାକୁ ନେଇ ସେ ଖୁବ୍‌ ଯନ୍ତ୍ରଣା ଅନୁଭବ କରିଥିଲେ। 

ଉଲ୍ଲେଖନୀୟ ଯେ , ଭୂମି ପେଡନେକର ଏହି ସମୟରେ ଫିଲ୍ମ ଭକ୍ଷକ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ Hauterrflyକୁ ଦେଇଥିବା ସାକ୍ଷାତକାରରେ ଏହି କଳା ଦିନକୁ ମନେପକାଇଛନ୍ତି ଏବଂ କହିଛନ୍ତି କି, ସେ ୧୪ ବର୍ଷ ବୟସରେ ହାରାସମେଣ୍ଟର ଯନ୍ତ୍ରଣାର ଶିକାର ହୋଇଥିଲେ। ଅଭିନେତ୍ରୀ କହିଛନ୍ତି କି - ଏହି ଘଟଣାରୁ ସେ ଏବେସୁଦ୍ଧା ବାହାରି ପାରିନାହାନ୍ତି। 

ଘଟଣା ବିଷୟରେ ଅଭିନେତ୍ରୀ କହିଛନ୍ତି , ସେଦିନ ବାନ୍ଦ୍ରାରେ ମେଳା ହେଉଥିଲା। ତାଙ୍କୁ ପାଖାପାଖି ୧୪ ବର୍ଷ ହୋଇଥିଲା। ସେହି ସମୟରେ ସେ ପରିବାର ସହ ଯାଉଥିଲେ। ତାଙ୍କୁ ଜଣାଥିଲା କି କଣ ହେଉଛି। ସେ ଏହି ଘଟଣାରେ ଅଜଣା ନଥିଲେ। ଅଭିନେତ୍ରୀ ଚାଲୁଥିଲେ ଏବଂ କେହି ତାଙ୍କର ପଛକୁ ସ୍ପର୍ଶ କରୁଥିଲା। 

ଭୂମି ଯେତେବେଳେ ପଛକୁ ବୁଲି ଦେଖିଲେ , ସେ ଭିଡ଼ ଯୋଗୁଁ ଜାଣି ପାରିଲେ ନାହିଁ , ଏମିତି ହରକତ କିଏ କରିଛି। କିଏ ତାଙ୍କୁ ବାରମ୍ୱାର ଭୁଲ୍‌ ତରିକାରେ ଛୁଇଁବାକୁ ଚେଷ୍ଟା କରୁଛି। ସେ ତାଙ୍କ ପରିବାର ସହ ଥିଲେ , ସେଠାରେ ବହୁତ ଲୋକ ଥିଲେ ଏବଂ ବିଲ୍ଡିଂର ପିଲା ବି ଥିଲେ , ତ ଏଥିପାଇଁ ଅଭିନେତ୍ରୀ ଉକ୍ତ ଘଟଣା ବିଷୟରେ କାହାକୁ ବି କିଛି କହିନଥିଲେ । କିନ୍ତୁ ଏହି ଘଟଣା ପରେ ସେ ଅବସାଦରେ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.