ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ED ଆବେଦନ ଉପରେ ଫେବ୍ରୁଆରୀ ୧୭ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୭/୦୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଇଡିର ବାରମ୍ବାର ସମନ ପରେ ହାଜର ହେଉ ନଥିବା କେଜ୍ରିୱାଲଙ୍କୁ ସମନ୍ ଜାରି କରିଛନ୍ତି କୋର୍ଟ । ଫେବ୍ରୁଆରୀ ୧୭ରେ ହାଜର ହେବା ଲାଗି କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୫ ଥର ସମନ୍ ଜାରି କରିଥିବା ବେଳେ ହାଜର ହୋଇ ନାହାନ୍ତି କେଜ୍ରିୱାଲ୍ । ଯାହାକୁ ନେଇ କୋର୍ଟକୁ ଯାଇଥିଲା ଇଡି । ଆବେଦନ ଉପରେ ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଶୁଣାଣି କରିବା ସହ ଫେବ୍ରୁଆରୀ ୧୭ରେ ହାଜର ହେବାକୁ ସମନ୍ ଜାରି କରିଛନ୍ତି ।

ତେବେ ଇଡି ସମନକୁ ଆମ୍ ଆଦମୀ ପାର୍ଟି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବେଆଇନ୍ କହି ଆସୁଛନ୍ତି । ଏବେ ଇଡି ସମନକୁ ନେଇ କୋର୍ଟକୁ ଯିବା ପରେ କେଜ୍ରିୱାଲଙ୍କୁ ଝଟକା ଲାଗିଛି । କୋର୍ଟ ଦେଇଥିବା ନିର୍ଦ୍ଦେଶର ଅଧ୍ୟନ କରୁଛି ଦଳ । ଆପ୍ କହିଛି, ନୋଟିସ୍ ଅଧ୍ୟୟନ ପରେ ଆଇନ୍ ଅନୁସାରେ ଯାହା ପଦକ୍ଷେପ ଗ୍ରହଣ କରିବୁ । କୋର୍ଟଙ୍କୁ ଜଣାଇବୁ ଇଡିର ସମସ୍ତ ସମନ୍ କିଭଳି ବେଆଇନ୍ ।

ଇଡି ପ୍ରଥମଥର ଲାଗି ୨୦୨୩ ନଭେମ୍ବର ୨ରେ ହାଜର ଲାଗି କେଜ୍ରିୱାଲଙ୍କୁ ସମନ୍ କରିଥିଲା । ଏହାପରେ ଡିସେମ୍ବର ୨୧, ଜାନୁଆରୀ ୩, ଜାନୁଆରୀ ୧୩ ଏବଂ ଜାନୁଆରୀ ୩୧ରେ ଜାରି କରିଥିଲା ପଞ୍ଚମ ସମନ୍ । ତେବେ ଇଡି ପାଞ୍ଚ ପାଞ୍ଚଥର ସମନ କରିଥିବା ବେଳେ ଥରୁଟିଏ ବି ହାଜର ହୋଇ ନାହାନ୍ତି ଅରବିନ୍ଦ କେଜ୍ରିୱାଲ୍ ।

ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାକୁ ସମ୍ପୂର୍ଣ୍ଣ ମିଥ୍ୟା କହିଥିଲା । ଦଳର ମୁଖପାତ୍ର ପ୍ରିୟଙ୍କା କକ୍କଡ଼ କହିଥିଲେ, କିଛି ପ୍ରମାଣ ନାହିଁ । ବିଜେପି ନକରାତ୍ମକ ରାଜନୀତି କରୁଛି । ସେହିଭଳି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଅତିଶୀ କହିଛନ୍ତି, ବିଜେପି ଶାସିତ କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.