ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ’ଣ ଅନ୍ତରୀକ୍ଷରେ ବିଶାଳ ଛତା ପୃଥିବୀର ତାପମାତ୍ରା କମାଇବାରେ ସହାୟକ ହେବ ?

ନୂଆଦିଲ୍ଲୀ, ୦୪/୦୧: ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ସାରା ଦୁନିଆ ଚିନ୍ତାରେ ରହିଛି । ଏହାର ପ୍ରଭାବ କୌଣସି ଗୋଟିଏ ଦେଶ ନୁହେଁ ବରଂ ବିଶ୍ୱ ଉପରେ ପଡ଼ୁଛି । ବିଶ୍ୱ ତାପନରୁ ଆଶ୍ୱସ୍ତି ପାଇଁ ବୈଜ୍ଞାନିକ କାମ କରୁଥିବା ବେଳେ ଫ୍ୟୁଚରିଜ୍ମ ଏକ ଦାବି କରିଛି । ରିପୋର୍ଟ ଅନୁସାରେ, ସୂର୍ଯ୍ୟଙ୍କ ଗରମ ରୋକିବା ଲାଗି ବୈଜ୍ଞାନିକ ଅନ୍ତରୀକ୍ଷରେ ଏକ ସ୍ୱତନ୍ତ୍ର ଛତା ଲଗାଇବେ । ଯାହାକି ପୃଥିବୀରେ ଗରମ କମାଇବାରେ ସହାୟକ ହେବ ।

ଏଥିପାଇଁ ଏକ ଛତାର ପ୍ରୋଟୋଟାଇପ୍ ବିକଶିତ କରାଯାଉଛି । ଆଶେର ସ୍ପେଶ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ପ୍ରଫେସର ଓ ଟେକ୍ନିସିଆନ୍-ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ୟୋରାମ ରୋଜେନଙ୍କ ନେତୃତ୍ୱାଧୀନ ଟିମ୍ ଦାବି କରିଛି ବିଶାଳ ଛତା ଉପରେ କାମ ଚାଲିଛି । ଏହି ଛତା ପ୍ରାୟ ୧୦ ଲକ୍ଷ ବର୍ଗ ମାଇଲ୍ ଅଥବା ଆର୍ଜେଣ୍ଟିନା ବରାବର ହେବ ।

ତେବେ ଛତାର ସବୁଠୁ ବଡ଼ ସମସ୍ୟା ଅନ୍ତରୀକ୍ଷରେ ଲଞ୍ଚିଂ କରିବା । ଗୋଟିଏ ରକେଟ୍ ଏତେବଡ଼ ଛତାକୁ ନେଇ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଉଡ଼ାଣ କରି ପାରିବ ନାହିଁ । ଏଭଳି ସ୍ଥିତିରେ ରୋଜେନଙ୍କ ଟିମ୍ ପ୍ରସ୍ତାବ ଦେଇଛି, ଏକାସଙ୍ଗରେ ଏକାଧିକ ରକେଟ ଛତାର ଖଣ୍ଡ ଖଣ୍ଡ ଧରି ଅନ୍ତରୀକ୍ଷକୁ ଯିବେ । ସେଠାରେ ଛତାର ଖଣ୍ଡକୁ ଯୋଡ଼ା ଯିବ । ଏହାକୁ ପରେ ଆବଶ୍ୟକତା ଅନୁସାରେ ବଢ଼ାଇ କିମ୍ବା କମା ଯାଇ ପାରିବ ।

ଅଧ୍ୟୟନକାରୀଙ୍କ ପରାମର୍ଶ ଅନୁସାରେ, ବିଶ୍ୱ ତାପନ ପ୍ରଭାବ ହ୍ରାସ୍ ଲାଗି ବିଶାଳ ଛତା ଦ୍ୱାରା ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଅବରୋଧ କରି ହେବ ନାହିଁ । ଆମେ ସେଭଳି କିଛି ପ୍ରୟାସ କଲେ ସୂର୍ଯ୍ୟଙ୍କ ବିକିରଣ ମାତ୍ର ୧ରୁ ୨ ପ୍ରତିଶତ ରୋକି ପାରିବା ।

ଗତବର୍ଷ ହାର୍ବାଡ ଓ ୟୁଟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଏକ ଟିମ୍ ଜଳବାୟୁ ପରିବର୍ତ୍ତନ ଉପରେ କାବୁ କରିବା ଲାଗି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଲ୍ୟାଙ୍ଗ୍ରେଜ୍ ପଏଣ୍ଟରେ ଧୂଳି ରଖିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପରାମର୍ଶ କାର୍ଯ୍ୟକାରୀ ହୋଇ ପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.