ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ରାଜଭବନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟଣା, ୨୬/୦୧: ବିହାରର ସରକାର ପରିବର୍ତ୍ତନ ଚର୍ଚ୍ଚା ଭିତରେ ରାଜଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଶୁକ୍ରବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ସହ ରାଜଭବନରେ ଆଟ୍ ହୋମ୍ ରିସେପସନ୍ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ନୀତିଶ । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଆରଜେଡିର ସମସ୍ତ ବିଧାୟକ ରାଜ୍ୟପାଳଙ୍କ ଟି ପାର୍ଟିରେ ସାମିଲ୍ ହୋଇ ନାହାନ୍ତି ।

ଜେଡିୟୁ ଓ ଆରଜେଡି ମଧ୍ୟରେ ବିଗତ କିଛିଦିନ ହେଲା ସମ୍ପର୍କ ନେଇ ଉତ୍ତମ ସଂକେତ ମିଳୁ ନାହିଁ । ଏବେ ଚର୍ଚ୍ଚା ହେଉଛି, ନୀତିଶ କୁମାର ରବିବାର ନୂଆ ସରକାର ଗଠନ କରି ପାରନ୍ତି । କୁହାଯାଉଛି ନୀତିଶ କୁମାର ପଟ୍ଟ ପରିବର୍ତ୍ତନ କରି ବିଜେପିରେ ମିଶି ପୁଣି ସରକାର ଗଢ଼ି ପାରନ୍ତି । ନୀତିଶ କୁମାର ଆଗାମୀ ୩ରୁ ୪ ଦିନ ଲାଗି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି ।




ବିହାରରେ ସରକାର ପରିବର୍ତ୍ତନ ଚର୍ଚ୍ଚା ଭିତରେ ଜାନୁଆରୀ ୨୬ରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୁହେଁ ଦୁହିଁଙ୍କ ଠାରୁ ଦୂରତା ରକ୍ଷା କରୁଥିବା ଦେଖା ଯାଇଥିଲା । ଉଭୟ ପରସ୍ପର ଠାରୁ ଦୂରରେ ବସିଥିଲେ । ଯେତେବେଳେ କି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଚୌକି ଖାଲି ପଡ଼ିଥିଲା ।

ତେବେ ସମସ୍ତ ଚର୍ଚ୍ଚାକୁ ଆରଜେଡି ଖଣ୍ଡନ କରିଛି । ବିହାରର ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ଇଣ୍ଡିଆ ମେଣ୍ଟ ନେଇ ଆରଜେଡି ସାଂସଦ ମନୋଜ କୁମାର ଝା କହିଛନ୍ତି, ୨୦୨୨ ଅଗଷ୍ଟ ୯ରେ ଯେତେବେଳେ ମେଣ୍ଟ ଗଠନ ହୋଇଥିଲା ତାର ଇଟା ଲାଲୁ ଯାଦବ, ନୀତିଶ କୁମାର ଓ ତେଜସ୍ୱୀ ଯାଦବ ରଖିଥିଲେ । ମୂଳ ଲକ୍ଷ୍ୟ ଥିଲା ବିଜେପିର ଭୟ ଓ ଘୃଣା ରାଜନୀତିକୁ ସମାପ୍ତ କରିବା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.