ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଳାଭୂମିରେ କଫି, କଥା ଓ କବିତାର ଆସର, ସାମିଲ ହେଲେ ଦେଢ଼ଶହରୁ ଅଧିକ ସାହିତ୍ୟପ୍ରେମୀ ଓ କବି

ଭୁବନେଶ୍ୱର, ୨୦/୦୨: କଳିଙ୍ଗ ଭାଷା ମୁକ୍ତମଞ୍ଚ ଦ୍ବାରା ଆୟୋଜିତ କଫି, କଥା, କବିତାର ଷଷ୍ଠ ସଂସ୍କରଣ ଭୁବନେଶ୍ୱର ସ୍ଥିତ କଳାଭୂମି, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଥିବା  ମୁକ୍ତାକାଶ ମଞ୍ଚରେ ଆୟୋଜିତ ହୋଇଯାଇଛି ।  ଏହି ଅବସରରେ ଦେଢ଼ଶହରୁ ଊଦ୍ଧ୍ୱର୍ ସାହିତ୍ୟପ୍ରେମୀ ଯୋଗ ଦେଇ କଫି ସହିତ କବିତା,  ଗପ, ଗୀତ ଆଦିକୁ ଉପଭୋଗ କରିଥିଲେ ।  ସାହିତ୍ୟ କେବଳ ପଢ଼ିବା ନିମନ୍ତେ ଉଦ୍ଦିଷ୍ଟ ନହୋଇ ମଞ୍ଚରେ ପରିବେଷଣ ହୋଇ ଅଧିକ ଆଦୃତି ପାଇପାରିଛି ବୋଲି ସଭିଏଁ ମତପୋଷଣ  କରିଥିଲେ । ଏଥି ସହିତ ଓଡ଼ିଆ ଭାଷା ପ୍ରତି ଭଲପାଇବା, ଆଗ୍ରହ, ସଚେତନତା ବଢ଼ାଇବା  ନିମନ୍ତେ ଓଡ଼ିଆ ଶବ୍ଦମାନଙ୍କୁ ନେଇ ଉପସ୍ଥିତ  ଦର୍ଶକମାନଙ୍କ ମଧ୍ୟରେ ଅନ୍ତାକ୍ଷରୀ ପରି କୌତୁକ ଖେଳ ମଧ୍ୟ ଆୟୋଜିତ ହୋଇ ବିଜୟୀମାନଙ୍କୁ  ପୁରସ୍କାର ପ୍ରଦାନ କରାଯାଇଥିଲା ।  

ଏହା ଏବେକାର ଯୁବପିଢ଼ିଙ୍କୁ ନିଜର ଭାଷା, ସାହିତ୍ୟ ସହ ଅଧିକ ପରିଚିତ କରିବ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେ । ସାହିତ୍ୟିକ ଅମରେଶ ବିଶ୍ୱାଳ, ଡ଼ ହିରଣ୍ମୟୀ ମିଶ୍ର, ଶକ୍ତି  ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସରୋଜ  ବଳ, ମୌସୁମୀ ଦାସ, ଦେବବ୍ରତ ଦାସ, ଅମ୍ରିତ୍‌ ଋତୁରାଜ, ଅଭିନେତା ଅଭିଷେକ ଗିରି ପ୍ରମୁଖ  ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥାପନା  କରିଥିଲେ ଅହଲ୍ୟା ପଟ୍ଟନାୟକ । ତରୁଣ ପିଢିର ମ୍ୟୁଜିକ୍‌ ବ୍ରାଣ୍ଡ୍‌ ବରଦାନ୍‌ ଦ୍ୱାରା ନୂଆ ଗୀତ ସବୁ  ପରିବେଷିତ ହୋଇ ଦର୍ଶକଙ୍କ ମନ ମୋହିଥିଲା ।  

ପ୍ରଥମଥର ଓଡ଼ିଆ କବିତା, ଗପ ଶୁଣିବା ନିମନ୍ତେ  ଏତେ ସଂଖ୍ୟକ ଦର୍ଶକ ଟିକେଟ୍‌ କରି ଯୋଗଦେବା ନିଶ୍ଚିତ ଭାବେ ସଭିଙ୍କ ନିମନ୍ତେ ଖୁବ୍‌ ଉତ୍ସାହର  କଥା ବୋଲି ଆଲୋଚନା ହେଇଥିଲା । କଳିଙ୍ଗ  ଭାଷା ମୁକ୍ତମଞ୍ଚ ପରିବାରର ମୁଖ୍ୟ ସତ୍ୟ ଶିବ  ସୁନ୍ଦର ଦାସ କାର୍ଯ୍ୟକ୍ରମ ଶେଷରେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କଫି, କଥା,  କବିତା କାର୍ଯ୍ୟକ୍ରମର ସଫଳତାର ଧାରା ଏହିପରି  ସାହିତ୍ୟପ୍ରେମୀମାନଙ୍କ ଭଲପାଇବା ନିମନ୍ତେ  ଆଗକୁ ମଧ୍ୟ ଅବ୍ୟାହତ ରହିବ ବୋଲି ଆଶାବ୍ୟକ୍ତ  କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.