ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

କଂଗ୍ରେସ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ, କହିଲେ- ଇସ୍ରାଏଲ ପ୍ରଧାମନ୍ତ୍ରୀଙ୍କୁ ମାରିଦେବା ଦରକାର

Image Courtesy: indiatoday

ଥିରୁଅନନ୍ତପୁରମ୍‌: ପାଲେଷ୍ଟାଇନ୍‌କୁ ସମର୍ଥନ ଜଣାଇବା ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଦରକାର ବୋଲି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ କହିଛନ୍ତି । କେରଳର କାସରଗଡରେ ପାଲେସଷ୍ଟାଇନ୍‌ ସପକ୍ଷରେ ଆୟୋଜିତ ଏକ ରାଲିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଦେବା ଦରକାର ବୋଲି ସେ କହିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏଭଳି ଯୁଦ୍ଧ ଅପରାଧୀଙ୍କୁ ଗୁଳି ହତ୍ୟା କରାଯାଉଥିଲା । ସେତେବେଳେ ନୁରେମବର୍ଗ ଟ୍ରାୟାଲ ହେଉଥିଲା ବୋଲି ଉନ୍ନିଥନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେତାନ୍ୟାହୁ ଏବେ ବିଶ୍ବର ଜଣେ ବଡ଼ ଯୁଦ୍ଧ ଅପରାଧୀ ହୋଇଥିବା ବେଳେ କୌଣସି ଟ୍ରାୟାଲ ବିନା ତାଙ୍କୁ ମାରିଦେବା ଦରକାର। ଜେନେଭା ଚୁକ୍ତିକୁ ଉଲ୍ଲଂଘନ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ଶାସ୍ତି ମିଳିବାର ଆବଶ୍ୟକତା ଥିବା ସେ କହିଛନ୍ତି । ଇସ୍ରାଏଲ-ହମାସ ସୁଦ୍ଧକୁ ୪୩ ଦିନ ବିତିଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଅକ୍ଟୋବର ୭ରେ ହମାସ ଆତଙ୍କବାଦୀ ଇସ୍ରାଏଲରେ ଆକ୍ରମଣ କରିବା ପରଠାରୁ ଏହି ଯୁଦ୍ଧ ଜାରି ରହିଛି । ହମାସକୁ ମୁହଁତୋଡ ଜବାବ ଦେବା ଲାଗି ଇସ୍ରାଏଲ ସେନା ଗାଜା ସମେତ ପାଲେଷ୍ଟାଇନ୍‌ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରୁଛି । 

ସେପଟେ ଅକ୍ଟୋବର ୭ରେ ହମାସ ପକ୍ଷରୁ ନୋଭା ମ୍ୟୁଜିକ ଫେଷ୍ଟିଭାଲରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଶନିବାର ଇସ୍ରାଏଲ ପୋଲିସ ଦେଇଥିବା ସୂଚନା ଅନୁସାରେ, ମୃତ୍ୟୁ ସଂଖ୍ୟା ୩୬୪କୁ ବୃଦ୍ଧି ପାଇଛି । 

ଅନ୍ୟପକ୍ଷରେ କେରଳ ସରକାର ପାଲେଷ୍ଟାଇନ୍‌ ସପକ୍ଷରେ ମନ୍ତବ୍ୟ ଦେଇଆସିଛନ୍ତି । ଏପରିକି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଲେଷ୍ଟାଇନ ସମର୍ଥନରେ ରାଲିର ଆୟୋଜନ ହେଉଛି।  ସେହିଭଳି ନଭେମ୍ବର ୨୩ରେ କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଖୋଜିକୋଡରେ ରାଲିର ଆୟୋଜନ ହେବ । ଏହି ପାଲେଷ୍ଟାଇନ୍‌ ସମର୍ଥିତ ରାଲିର ଶୁଭାରମ୍ଭ କରିବେ ଅଖିଳ ଭାରତୀୟ କଂଗ୍ରେସ କିମିଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ ।

 

 

 

  • Israel Hamas war
  • Keral police
  • Copyright © 2022 - Summa Real Media Private Limited. All Rights Reserved.