ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛି କଂଗ୍ରେସ, ବିଜେଡି-ବିଜେପି ସମ୍ପର୍କ ନେଇ ଘେରିବେ

ଭୁବନେଶ୍ୱର, ୩୧।୧: ନିର୍ବାଚନ ପୂର୍ବରୁ କଂଗ୍ରେସ ପୂରା ସକ୍ରିୟ ହୋଇ ପଡ଼ିଛି । ଗଣମାଧ୍ୟମ ସାମ୍ନାରେ ଦଳର ପକ୍ଷ ରଖିବା ସହ ପ୍ରଚାର, ପ୍ରସାରକୁ ବ୍ୟାପକ କରିବାକୁ ନୂଆ ଟିମ୍‌ ଗଢ଼ିଛି ପ୍ରଦେଶ କଂଗ୍ରେସ କମିଟି । ପିସିସି ନୂଆ ମିଡିଆ ଟିମ୍‌ରେ ୫ଜଣ ବରିଷ୍ଠ ମୁଖପାତ୍ର, ୧୮ ଜଣ ମୁଖପାତ୍ର, ୧୨ଜଣ ପ୍ୟାନେଲିଷ୍ଟ ଅଛନ୍ତି । ନୂଆ ପ୍ରଭାରୀ ଭାବେ ଡ. ଅଜୟ କୁମାର ଯୋଗ ଦେବା ପରେ ରାଜ୍ୟ କଂଗ୍ରେସ ସକ୍ରିୟ ହୋଇଛି । ଦଳର ଗଣମାଧ୍ୟମ ବିଭାଗକୁ ବେଶ୍‌ ଗୁରୁତ୍ୱ ଦେଇଛନ୍ତି ଅଜୟ । ଅଭିଜ୍ଞ ଓ ଯୁବ ଟିମ୍‌କୁ ନେଇ ପିସିସି ମୁଖପାତ୍ରମାନେ ନିୟମିତ ବିଜେଡି-ବିଜେପିକୁ ଆକ୍ରମଣ କରିବାକୁ ଅଜୟ ରଣନୀତି କରିଛନ୍ତି । ନିର୍ଦ୍ଦେଶ ଦେଇଛନ୍ତିରାଜ୍ୟରୁ ଜିଲ୍ଲା ପର୍ଯ୍ୟନ୍ତ କଂଗ୍ରେସ ନିୟମିତ ସାମ୍ବାଦିକ ସମ୍ମିଳନୀ କରି ବିଜେଡି-ବିଜେପି ସମ୍ପର୍କକୁ ନେଇ ଘେରିବେ । ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ଓ ତ୍ୱରିତ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂଆ ମିଡିଆ ଟିମ୍‌ ଗଠନ ହୋଇଛି । ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଜାରି କରିଛନ୍ତି । 

ବରିଷ୍ଠ ମୁଖପାତ୍ର ଭାବେ ଦଳର ଅଭିଜ୍ଞ ନେତା ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ ଓ ଲଲାଟେନ୍ଦୁ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ମୁଖପାତ୍ର ଭାବେ ହମିଦ୍‌ ହୁସେନ୍‌, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ସସ୍ମିତା ବେହେରା, ଅଧିରାଜ ପାଣିଗ୍ରାହୀ, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମୀ ମହାପାତ୍ର, ଅପର୍ଣ୍ଣା ଧିର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଷେକ ମହାନନ୍ଦ, ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୁୟାଁ ଓ ରବୀନ୍ଦ୍ର ଆଚାର୍ଯ୍ୟଙ୍କୁ ସ୍ଥାନ ମିଳିଛି । ପ୍ୟାନେଲିଷ୍ଟ ଦାୟିତ୍ୱ ତୁଲାଇବେ ପଞ୍ଚାନନ ଦାସ, ଜିନେଶ ଦାସ, ପୀତବାସ ପଣ୍ଡା, ଅମିତ ମହାନ୍ତି, ଆଡଭୋକେଟ୍‌ ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନିଷା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ କିଶୋର ମାଝୀ ଓ କୈଳାଶ ମୁଖି । ଗଣମାଧ୍ୟମ ସମ୍ପାଦକ ଭାବେ ପ୍ରଶାନ୍ତ ଶତପଥୀ, ବରିଷ୍ଠ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ସଂଯୋଜକ ଭାବେ ବିରେନ କୁମାର ଦଳାଇ ଏବଂ ହରି ଶଙ୍କର ଜେନାଙ୍କୁ ନିଯୁକ୍ତ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.