ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର, ଚାନ୍ଦିପୁରରେ ୩ ମାସ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ

ଭୁବନେଶ୍ୱର,୧୦/୧୨: ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା  ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।  ଗଣ ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳରେ ଏକାଠି ହେଉଥିବା ଅଲିଭ  ରିଡଲେଙ୍କ ସୁରକ୍ଷା ପାଇଁ ଚାନ୍ଦିପୁରର  ଆଇଟିଆରରୁ ୩ ମାସ ବନ୍ଦ ରହିବ  କ୍ଷେପଣାସ୍ତ୍ର ପରୀକ୍ଷଣ। ଜାନୁଆରୀରୁ  ମାର୍ଚ୍ଚ ଯାଏ ଏଠାରେ ପରୀକ୍ଷଣ ବନ୍ଦ  ରହିବ । ସେହିଭଳି ଉପକୂଳରେ  ମାଛମରାକୁ ମଧ୍ୟ ନଭେମ୍ବରରୁ ନିଷେଧ  କରାଯାଇଛି। ଓଡ଼ିଶା ଉପକୂଳରେ ଅଲିଭ  ରିଡଲେଙ୍କ ଗତିବିଧି ଉପରେ ଗବେଷଣା  କରିବାକୁ ଡେରାଡୁନ ବନ୍ୟପ୍ରାଣୀ  ସଂସ୍ଥାନକୁ ଅନୁରୋଧ କରାଯାଇଛି।   

ପ୍ରତିବର୍ଷ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ  ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛ ଓଡ଼ିଶା  ଉପକୂଳକୁ ଆସିଥାନ୍ତି । ଜାନୁଆରୀରୁ  ମେ ଯାଏ ସେମାନେ ଅଣ୍ଡାଦାନ  କରିଥାନ୍ତି । ବିଲୁପ୍ତପ୍ରାୟ ଅଲିଭ ରିଡ଼ଲେ  କଇଁଛଙ୍କ ସୁରକ୍ଷା ପାଇଁ ମୁଖ୍ୟ ଶାସନ  ସଚିବ ପ୍ରଦୀପ କୁମାର ଜେନାଙ୍କ  ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି  ବୈଠକରେ ବହୁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଆଯାଇଛି । ଓଡ଼ିଶାର ଗଞ୍ଜାମ ଜିଲ୍ଲା  ଋଷିକୂଲ୍ୟା ମୁହାଣରେ ପ୍ରତିବର୍ଷ ପ୍ରାୟ  ୭ ଲକ୍ଷ ଅଲିଡ ରିଡଲେ ଅଣ୍ଡାଦାନ  ପାଇଁ ଏକାଠି ହେଉଥିଲା ବେଳେ  କେନ୍ଦ୍ରାପଡ଼ାର ଗହୀରମଥାକୁ ମଧ୍ୟ  ୫ ଲକ୍ଷରୁ ଅଧିକ କଇଁଛ ଆସିଥାନ୍ତି ।   

ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ  ରିଡଲେ କଇଁଛ ବଂଶବୃଦ୍ଧି ପାଇଁ  ଓଡ଼ିଶା ଉପକୂଳକୁ ବାଛୁଥିବାରୁ  ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ୱରରୁ କେନ୍ଦ୍ରାପଡ଼ା, ଜଗତସିଂହପୁରରୁ ଗଞ୍ଜାମ  ଯାଏଁ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଛି । ମତ୍ସଜୀବୀମାନଙ୍କୁ  ମାଛଧରା ପାଇଁ ବାରଣ କରାଯାଇଥିବା  ବେଳେ ସେମାନଙ୍କ ଜୀବନଜୀବିକା ପାଇଁ  ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  

ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା  ସହ ସମୁଦ୍ର କୁଳରେ ଲୋକଙ୍କ  ଅଯଥା ଚଳପ୍ରଚଳ ଉପରେ ରୋକ୍‌  ଲଗାଯାଇଛି । ସାମୁଦ୍ରିକ ପାଟ୍ରୋଲିଂକୁ  କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଥିଲା  ବେଳେ ଧାମରା ଓ ଗୋପାଳପୁର ବନ୍ଦର  କର୍ତ୍ତୃପକ୍ଷ ରାଜନଗର ଓ ବ୍ରହ୍ମପୁର  ବନଖଣ୍ଡକୁ ଟ୍ରଲର ଯୋଗାଇ ଦେବାକୁ  କୁହାଯାଇଛି । ଉପକୂଳ ଜିଲ୍ଲାର ଜିଲ୍ଲାପାଳ  ଓ ଏସ୍‌ପିମାନେ ଡିଏଫଓମାନଙ୍କୁ  ସହଯୋଗ କରିବାକୁ ମୁଖ୍ୟ ସଚିବ  ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.