ନୂଆଦିଲ୍ଲୀ,୧୪/୧୧ : ବଲିଉଡ଼ର ବ୍ଲାକ୍ ବିୟୁଟି ଦୀପିକା ପାଦୁକୋନ । ଆଜିର ଦିନରେ କିଏ ବା ତାଙ୍କୁ ନ ଜାଣେ । ନିଜ ଦମ୍ରେ ସେ ଆଗକୁ ବଢିଛନ୍ତି । ବଡ଼ ବଡ଼ ନିର୍ଦେଶକ ବି ତାଙ୍କୁ ନେବା ପାଇଁ ପ୍ରାୟ ପାଗଳ । ମାତ୍ର ତାଙ୍କର ଏହି ସ୍ଥାନରେ ପହଞ୍ଚିବା ଏତେ ସହଜ ନ ଥିଲା । ଜଣେ ଆଉଟସାଇଡର ଭାବେ ସେ କହିଛନ୍ତି, ନେପୋଟିଜିମ ସେତେବେଳେ ବି ଥିଲା ଆଉ ଆଜି ବି ଅଛି । ନିକଟରେ ଏକ ସାକ୍ଷାତକାର ସମୟରେ ସେ ଏହାର ଖୁଲାସା କରିଛନ୍ତି ।
ଦୀପିକା କହିଛନ୍ତି କି, ମୋ ପାଖରେ କୌଣସି ଚଏସ୍ ନ ଥିଲା । ଏହା ଏକ ବହୁତ କଠିନ ରାସ୍ତା ଥିଲା ଯେଉଁଠି ଆପଣଙ୍କୁ କେହି ଜାଣି ନ ଥିବେ । ସେଠାରେ ଆପଣ ନିଜର ପରିଚୟ କରିବାକୁ ପ୍ରୟାସ କରୁଥିବେ । ଆଜିକାଲି ଲୋକେ ଏକ ନୂଆ ଟର୍ମ କହିବା ଆରମ୍ଭ କରି ଦେଇଛନ୍ତି ନେପୋଟିଜିମ୍ । ଆମ ଇଣ୍ଡଷ୍ଟ୍ରିରେ ନେପୋଟିଜିମ୍ କୌଣସି ନୂଆ ଜିନିଷ ନୁହେଁ । ଏହା ଆଗରୁ ବି ଥିଲା ଏବଂ ଆଜି ବି ଅଛି ଆଉ ଆଗକୁ ମଧ୍ୟ ରହିବ‘।
ସେ ଆହୁରି ମଧ୍ୟ କହିଛନ୍ତି କି ‘ପ୍ରୋଫେଶନାଲ ଲାଇଫ ସହ ନିଜର ପର୍ସନାଲ ଲାଇଫକୁ ନେଇ ବି କେତେକ ଜିନିଷ ସହ ଡିଲ୍ କରୁଥିଲି । ମୁଁ ନିଜ ଘର ଛାଡ଼ି ନୂଆ ସହରରେ ସିଫ୍ଟ ହେଉଥିଲି । ମୁଁ ସେହି ସମୟରେ କମ୍ ବୟସର ଥିଲି, ଯିଏ ନିଜ ଫ୍ୟାମିଲି, ବନ୍ଧୁଙ୍କ ବିନା ଏକ ଅଜଣା ସହରରେ ରହିବାକୁ ଆସିଥିଲା । ମୋତେ ନିଜର ଖାଇବା, ରହିବା ... ଏହି ସବୁ ଜିନିଷର ଧ୍ୟାନ ନିଜେ ରଖିବାକୁ ପଡ଼ିଥିଲା । କିନ୍ତୁ ମୁଁ ଏହାକୁ କେବେ ବୋଝ ଭାବେ ନେଇନଥିଲି । ମୁଁ ନିଜ ଦମରେ ସବୁ କିଛି କିରିଛି’ ।
ଦୀପିକାଙ୍କ କାମର କଥା ଯଦି ଆମେ କହିବା ତେବେ ସେ ଆଗାମୀ ଦିନରେ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ନଜର ଆସିବାରେ ଅଛନ୍ତି । ଏହାସହ ସେ ରୋହିତ ସେଟ୍ଟିଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ସିଙ୍ଘମ ଏଗେନ’ରେ ବି ଧମାଲ ମଚାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।