ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରତିଦିନ ବିଗୁଡ଼ୁଥିବା ସ୍ଥିତିକୁ ନେଇ ହାହାକାର ପଡ଼ି ଯାଇଛି। ଦିଲ୍ଲୀର ଉପ ଜିଲ୍ଲାପାଳ ଭି.କେ ସକ୍ସେନା ଶୁକ୍ରବାର କହିଛନ୍ତି କି, ସହରରେ ବାୟୁ ପ୍ରଦୂଷଣର ସ୍ଥିତି ଖୁବ୍ ଭୟାନକ ରହିଛି ଏବଂ ସେ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ସହ ଏକ ମିଟିଂ ଡାକିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର)ରେ କରାଯାଇ ଥିବା ପୋଷ୍ଟରେ ସକ୍ସେନା ଲୋକଙ୍କୁ ଘର ଭିତରେ ରହିବା ଓ ନିଜକୁ ତଥା ବିଶେଷ ଭାବେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବିପଜ୍ଜନକ ପରିବେଶ ପ୍ରଦୂଷଣରୁ ବଞ୍ଚାଇବାକୁ ଅପିଲ କରିଛନ୍ତି।
ଦିଲ୍ଲୀରେ ପ୍ରଦୂଷଣ କାରଣରୁ ୧୪ କାମରେ ଲାଗିଲା ରୋକ୍ , ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ ଲାଗିଲା ବ୍ୟାନ୍
ଏହି ସ୍ଥିତି ବିଷୟରେ ଆଲୋଚନା ପାଇଁ ଉପ-ଜିଲ୍ଲାପାଳ ଯୋଗମାୟା ମନ୍ଦିର ଓ ଖ୍ୱାଜା ନିଜାମୁଦ୍ଦିନ ଔଲିୟାର ଉର୍ସରେ ଥିବା , ନିଜର ସାର୍ବଜନିତ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ସହରରେ ବାୟୁ ପ୍ରଦୂଷଣରେ ଉତ୍ପନ୍ନ ସ୍ଥିତି ଖୁବ୍ ଚିନ୍ତାଜନକ ରହିଛି । ମୁଁ ସ୍ଥିତି ଉପରେ ଅନୁଧ୍ୟାନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ଓ ମାନନୀୟ ମନ୍ତ୍ରୀ (ପରିବେଶ)ସହ ଆଜି ସନ୍ଧ୍ୟା ୬ଟାରେ ସରକାରୀ ବାସ ଭବନରେ ଏକ ବୈଠକ ପାଇଁ କହିଥିଲି।
ସେ ଆଉ ଏକ ପୋଷ୍ଟରେ କହିଛନ୍ତି , ମୁଁ ଲୋକଙ୍କୁ ଅପିଲ କରୁଛି କି, ସେମାନେ ଯେତେ ସମ୍ଭବ ହେବ ନିଜ ନିଜର ଘରଭିତରେ ରୁହନ୍ତୁ ଏବଂ ନିଜକୁ ବିଶେଷ ଭାବେ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବିପଜ୍ଜନକ ପରିବେଶ ପ୍ରଦୂଷଣ ପ୍ରଭାବକୁ ଆସିବାକୁ ଦିଅନ୍ତୁ ନାହିଁ । ସୂଚନା ଅନୁସାରେ , ଶେଠାରେ ଏକ୍ୟୁଆଇ ୮୦୦ ଅତିକ୍ରମ କରି ସାରିଛି ।
The situation arising out of air pollution in the City is extremely worrying. I have asked Hon'ble CM & Hon'ble Minister (Environment) for a meeting at Raj Niwas at 06:00 PM today, to take stock of the situation.
— LG Delhi (@LtGovDelhi) November 3, 2023
ଉଲ୍ଲେଖନୀୟ ଯେ, ଦିଲ୍ଲୀର ବାୟୁର ଗୁଣବତ୍ତା ଶୁକ୍ରବାର ସକାଳେ ଅତ୍ୟଧିକ ଗମ୍ଭୀର ଶ୍ରେଣୀକୁ ଚାଲି ଯାଇଛି, ଯାହା ଅନୁସାରେ ଦେଶର ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ପ୍ରସାରିତ କରୁଥିବା ଟ୍ରକ୍ , କମର୍ସିଆଲ ଚାରି ଚକିଆ ଯାନ ଓ ସବୁ ପ୍ରକାରର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲାଗିବା ସହ ଅନେକ ଜରୁରୀ ଉପାୟ ଲାଗୁ କରିବାର ଆବଶ୍ୟକତା ରହିଛି।