ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦିଲ୍ଲୀରେ ଏବେ ଲାଗୁ ହେବ ନାହିଁ ଅଡ୍-ଇଭିନ୍ ନିୟମ , ବାୟୁର ମାନରେ ସୁଧାର ପରେ କେଜ୍ରିୱାଲ ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସୁଦ୍ଧା ବାୟୁର ମାନରେ କିଛି ମାତ୍ରାରେ ସୁଧାର ଆସିଛି। ଦିଲ୍ଲୀ-ଏନସିଆରରେ ବର୍ଷା ଯୋଗୁଁ ଏକ୍ୟୁଆଇରେ ଖୁବ୍ ହ୍ରାସ ଘଟିଥିବା ରେକର୍ଡ କରାଯାଇଛି। ଏଥିରେ ଦିଲ୍ଲୀ ସରକାର ଅଡ୍-ଇଭିନ୍‌ ନିୟମ ଲାଗୁ କରିବା ନିଷ୍ପତ୍ତିକୁ ଏବେ ଏଡେଇ ଦେଇଛନ୍ତି। ଏନେଇ  ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି। 

ସୁପ୍ରିମକୋର୍ଟଙ୍କ ଆଦେଶକୁ ଅଧ୍ୟୟନ କରିବା ପରେ ଦିଲ୍ଲୀରେ ଅଡ୍-ଇଭିନ୍ ଲାଗୁ ନେଇ ନିଷ୍ପତ୍ତି ନେବୁ : ପରିବେଶ ମନ୍ତ୍ରୀ ଗୋପାଳ ରାୟ

ଗୋପାଳ ରାୟ କହିଛନ୍ତି , କାଲି ରାତିରୁ ଦିଲ୍ଲୀ ଭିତର ପାଣିପାଗରେ ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ଗତ ୮-୧୦ ଦିନ ହେବ ବାୟୁର ଗତି ଖୁବ୍‌ ଖରାପ ସ୍ଥିତିରେ ଥିଲା। ତାପମାତ୍ରା ନିମ୍ନସ୍ତର ଥିଲା , ପ୍ରଦୂଷଣର ସ୍ତରରେ ଲଗାତାର ବୃଦ୍ଧି ପାଉଥିଲା। ଦିଲ୍ଲୀରେ ପ୍ରଦୂଷଣର ସ୍ଥିତି ଗମ୍ଭୀର ପ୍ଲସ କୁ ଚାଲି ଯାଇଥିଲା। ଏହି ସ୍ଥିତିରେ ବର୍ଷା ହେବା ଯୋଗୁଁ ପ୍ରଦୂଷଣର ସୁଧାର ନଜର ଆସଛି। ଏବେ ୪୫୦ ଅତିକ୍ରମ କରି ସାରିଥିବା ପ୍ରଦୂଷଣ ସ୍ତର ହ୍ରାସ ପାଇଁ ପାଖାପାଖି ୩୦୦ ଯାଏ ପହଞ୍ଚିଛି। ଏହାକୁ ଦେଖି ଏବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି,୧୩ (ନଭେମ୍ୱର) ତାରିଖରୁ ନେଇ ୨୦( ନଭେମ୍ୱର)ତାରିଖ ଯାଏ ଯେଉଁ ଅଡ୍-ଇଭିନ୍‌ ନିୟମ ଲାଗୁ କରିବାର ନିଷ୍ପତ୍ତି ଥିଲା , ଏହାକୁ ସ୍ଥଗିତ ରଖାଯାଉଛି।

ଗୋପାଳ ରାୟ ଆହୁରି କହିଛନ୍ତି , ଦୀପାବଳି ପରେ ଦିଲ୍ଲୀ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରାଯିବ। ଅର୍ଥାତ୍ ଦିଲ୍ଲୀରେ ୨୦ ନଭେମ୍ୱର ସୁଦ୍ଧା ଅଡ୍‌-ଇଭିନ୍ ନିୟମକୁ ରୋକି ଦିଆ ଯାଇଛି। ଏହି ନିୟମକୁ ନେଇ ଦୀପାବଳି ପରେ ମିଟିଂ କରାଯିବ, ଯେଉଁଥିରେ ଏହାକୁ ୨୦ ତାରିଖ ପରେ ଲାଗୁ କରାଯିବା ନା ନାହିଁ ଏହାକୁ ନେଇ ନିଷ୍ପତ୍ତି ନିଆଯିବ। 

କହି ରଖୁଛୁ କି , ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ଓ ଧୂଆଁରେ ଗତ ୧୦ ଦିନ ହେବ ସମସ୍ୟାରେ ପଡ଼ିଥିବା ଦିଲ୍ଲୀବାସୀଙ୍କୁ ଗୁରୁବାର , ରାତି ସାରା ହୋଇଥିବା ବର୍ଷା କାରଣରୁ ଆଶ୍ୱସ୍ତି ମିଳିଛି ଏବଂ ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ଗୁଣବତ୍ତାରେ ଶୁକ୍ରବାର ସକାଳେ ସ୍ପଷ୍ଟ ସୁଧାର ଦେଖିବାକୁ ମିଳିଛି। 

Copyright © 2022 - Summa Real Media Private Limited. All Rights Reserved.