ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଇବର ଠକକୁ ଉଠାଇ ନେଲା ଦିଲ୍ଲୀ ପୁଲିସ: ଏକାଧିକ ଲାପ୍‌ଟପ, ପେନ୍‌ ଡ୍ରାଇଭ୍‌ ଜବତ

ଭୁବନେଶ୍ୱର,୨୪/୦୨: ଭୁବନେଶ୍ୱରରେ ରହି ଅନ୍‌ଲାଇନ୍‌ରେ ଲୋକଙ୍କୁ  ଠକୁଥିବା ଜଣେ ସାଇବର ଠକ ଧରାପଡିଛି । ଲକ୍ଷ୍ମୀସାଗର ଥାନା ପୁଲିସ୍‌  ସହଯୋଗରେ ରାମା ଭ୍ରମା ଆପାର୍ଟମେଣ୍ଟରୁ ଠକକୁ ଉଠାଇ ନେଇଛି ଦିଲ୍ଳୀ ସାଇବର ପୁଲିସ । ଠକ ଜଣଙ୍କ ହେଲେ ସୌରଭ ଦେହୁରୀ । ସେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡିଛି । 

ସୌରଭ କିଛି ଦିନ ହେବ ରାମା  ଭ୍ରମା ଆପାର୍ଟମେଣ୍ଟର ଫ୍ଲାଟ୍‌ ନମ୍ବର ୨୦୩ରେ ଭଡ଼ା ନେଇ ରହୁଥିଲେ । ତାଙ୍କ  ସହ ଅନ୍ୟ ୩ ଜଣ ଯୁବକ ଥିଲେ । ରାଜ୍ୟ ବାହାରର କିଛି ଯୁବତୀଙ୍କ ସହ  ଏମାନଙ୍କ ଲିଙ୍କ୍‌ ଥିଲା । ଏହି ଯୁବତୀମାନେ ସୋସିଆଲ୍‌ ମିଡିଆରେ ଲୋକଙ୍କ ସହ  ନିବିଡ଼ତା ବଢ଼ାଇ ଅଶ୍ଳୀଳ ଭିଡିଓ ଚାଟ୍‌  କରୁଥିଲେ । ସେ ସବୁ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଓ ସ୍କ୍ରିନ୍‌ ରେକର୍ଡିଂ ଆସୁଥିଲା ରାମା ଭ୍ରମା ଆପାର୍ଟମେଣ୍ଟକୁ । ମାଷ୍ଟରମାଇଣ୍ଡ ସୌରଭ ଓ ତାର ସହଯୋଗୀ ଏଠାରେ ରହି ସେମାନଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ । ଦାବି ମୁତାବକ ଟଙ୍କା ନ ଦେଲେ ଭିଡିଓ ଭାଇରାଲ୍‌ ପାଇଁ ଧମକ ଦେଉଥିଲେ ।  

ଗତ କିଛି ଦିନ ମଧ୍ୟରେ ଏମାନେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲେ ।  ଗତ ସପ୍ତାହରେ ଦିଲ୍ଳୀର ଜଣେ ଟାୟାର ବ୍ୟବସାୟୀ ଏହି ଗ୍ୟାଙ୍ଗ୍‌ର ପଞ୍ଝାରେ ପଡ଼ି  ୪୦ ଲକ୍ଷ ଟଙ୍କା ହାରାଇଥିଲେ । ଏନେଇ ସେ ଦିଲ୍ଲୀ ସାଇବର ଥାନାରେ ଅଭିଯୋଗ  କରିଥିଲେ । ଦିଲ୍ଳୀ ପୁଲିସ୍‌ ଘଟଣାର ତଦନ୍ତ କରି ମୂଳ ଲିଙ୍କ୍‌ ଓଡ଼ିଶାରେ ଥିବା ଠାବ  କରିଥିଲା ।

 ଶୁକ୍ରବାର ଅପରାହ୍ଣରେ ଟିମ୍‌ ଭୁବନେଶ୍ୱର ଆସି ଡିସିପି ପ୍ରତୀକ ସିହଂଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ଡିସିପିଙ୍କ ନିର୍ଦ୍ଦେଶ ପରେ ଲକ୍ଷ୍ମୀସାଗର  ଥାନା ପୁଲିସ୍‌ ଓ ଦିଲ୍ଳୀ ସାଇବର ଥାନା ପୁଲିସ୍‌ ଉକ୍ତ ଫ୍ଲାଟ୍‌ରେ ଚଢ଼ଉ କରିଥିଲେ ।  ଏହି ସମୟରେ ସେଠାରେ ସୌରଭ ଏକା ଥିଲେ । ପୁଲିସ୍‌ ତାଙ୍କୁ ଗିରଫ କରି  ଦିଲ୍ଳୀ ନେଇଛି । ତାଙ୍କଠାରୁ ଲାପଟ୍‌ପ, ମୋବାଇଲ୍‌, ଏକାଧିକ ସିମ୍‌ କାର୍ଡ ଓ କିଛି  କାଗଜପତ୍ର ଜବତ କରିଛି ବୋଲି ଲକ୍ଷ୍ମୀସାଗର ଥାନା ପୁଲିସ୍‌ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.