ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋ-ଚାରଣ ଜମି ଜବରଦଖଲ ମୁକ୍ତ ଦାବି, ୧୦ ହଜାର ଗୋରୁଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ଘୁମୁସର ଗୋପାଳ ସମିତି

ଭଞ୍ଜନଗର,୨୯/୧ - ଗୋ ଚାରଣ ଜମି ଜବରଦଖଲ ମୁକ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଘୁମୁସରୀ ଗୋପାଳ ସମିତି । ଫେବୃୟାରୀ ୭ ତାରିଖ ରେ ୧୦ ହଜାର ଗାଈଗୋରୁଙ୍କୁ ନେଇ ଭଞ୍ଜନଗର ରାଜରାସ୍ତାରେ ଧର୍ମଘଟ କରିବାକୁ ସମିତି ଅଣ୍ଟା ଭିଡିଛି। 

 ଦେଶର ସର୍ବଶ୍ରେଷ୍ଠ ଗୋ ପ୍ରଜାତି ଭାବେ ଜାତୀୟ ସ୍ତରରେ ସ୍ବୀକୃତି ପ୍ରାପ୍ତ ଘୁମୁସରୀ ଗୋ ପ୍ରଜାତି ଏବେ ବିପଦରେ। ଏବେ ପ୍ରତି ମୂହୁର୍ତ୍ତ ରେ ଗୋଚର ଜମି ସଙ୍କୁଚିତ ହେବାରେ ଲାଗିଛି। ଗାଁ ଗହଳିରେ ଗୋଚର ଜମି ଏବେ ଜବରଦଖଲକାରୀଙ୍କ କବଜା କୁ ଚାଲିଯାଇଥିବା ବେଳେ ଗୋରୁ ଚରିବାକୁ ଗୋଚର ଜମି ର ଘୋର ଅଭାବ ଦେଖା ଦେଇଛି। ବିଭିନ୍ନ ଜଳବାୟୁରେ ନିଜକୁ ଖାପ ଖୁଆଇ ରହିବାର କ୍ଷମତା ରଖୁଥିବା ଘୁମୁସରୀ ଗୋ ପ୍ରଜାତି ଏବେ ପ୍ରାକୃତିକ ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛି। ଚାରଣ ଜମି ଅଭାବରୁ ଏଭଳି ସଙ୍କଟର ସମ୍ମୁଖୀନ ହେଉଥିବା ଏହି ଗୋ ସଂପଦ ପାଇଁ ନ୍ୟାୟ ଦାବିରେ ସମିତି ସଦସ୍ୟ ମାନେ ଆଗକୁ ଆସିଛନ୍ତି। 

 ଫଳରେ ପ୍ରଥମଥର ପାଇଁ ଭଞ୍ଜନଗର ସହରରେ ଗାଈଗୋରୁଙ୍କୁ ନେଇ ଏକ ଭିନ୍ନ ଧରଣର ଧର୍ମଘଟର ସାମନା କରିବେ ସହରବାସୀ। ୧୦ ହଜାର ରୁ ଉର୍ଦ୍ଧ ଗାଈଗୋରୁ ସହରକୁ କବଜା କରି ରଖିବାକୁ ଘୁମୁସରୀ ଗୋପାଳ ସମିତି ନିଷ୍ପତ୍ତି ନେଇଛି। ଏଥିପାଇଁ ସ୍ଥାନୀୟ ରଘୁନାଥ ମନ୍ଦିର ପରିସର ରେ ଥିବା କଲ୍ୟାଣ ମଣ୍ଡପ ଠାରେ ଘୁମୁସରୀ ଗୋ ସୁରକ୍ଷା ସମିତି ପକ୍ଷରୁ ଆହୂତ ଏକ ସାମ୍ୱାଦିକ ସମ୍ମୀଳନୀ ରେ ଗୋ ସୁରକ୍ଷା ସମିତି ସଦସ୍ୟମାନେ ସୂଚନା ଦେଇଛନ୍ତି। ଗୋ ସଂପଦ ଙ୍କ ଖାଦ୍ୟ ସଂଗ୍ରହ ପାଇଁ ଆବଶ୍ୟକ ଚାରଣ ଭୂମି ଚିହ୍ନଟ କରି ସେସବୁକୁ ଜବରଦଖଲ ମୁକ୍ତ କରିବାକୁ ଗୋପାଳକ ମାନେ ବହୁବାର ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ବେଳେ ଉପସ୍ଥିତ ରହି ଦାବି କରି ଆସୁଥିଲେ ମଧ୍ୟ ଆଜିଯାଏଁ ଏହାର କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ତେଣୁ ବାଧ୍ୟ ହୋଇ ଗୋପାଳ ସମିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରାଯାଇଛି I

 ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ଉପଦେଷ୍ଟା ମୁରଲୀଧର ପଣ୍ଡା ସଭାପତିତ୍ଵ କରିଥିଲେ । ଗୋପାଳ ଗୋପାଳିକା ମାନେ ବାଧ୍ୟ ହୋଇ ଧର୍ମଘଟ କରିବା ସ୍ଥିର କରିଛନ୍ତି ବୋଲି ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ ଗଣ ମାଧ୍ୟମକୁ ଜଣIଇଛନ୍ତି I ବହୁ ସାଧୁ ସନ୍ଥ, ଭଞ୍ଜନଗର ରାଜସ୍ବ ଉପଖଣ୍ଡର ଗୋପାଳ ସମିତିର ବହୁ ନେତା ଏଥିରେ ଯୋଗ ଦେଇଥିଲେ। ସୋରଡା ବ୍ଲକରୁ  ଜଗନାଥ ଗୌଡ,ଶେରଗଡ ବ୍ଲକରୁ ହର୍ଷ ସାମଲ, ବେଲଗୁଣ୍ଠI ବ୍ଲକରୁ ପାଣ୍ଡବ ଗୌଡ, ଆସିକା ବ୍ଲକରୁ ସନାତନ ଜେନା, ଭଞ୍ଜନଗର ବ୍ଲକରୁ ରବିନ୍ଦ୍ର ଶତପଥୀ, ଧରIକୋଟ ବ୍ଲକରୁ ସୁଧାନନ୍ଦ ବ୍ରହ୍ମଚାରୀ, ବୁଗୁଡା ବ୍ଲକରୁ ଅରୁଣ ସାହୁ , କୁମାରଷୁଣୀ ବାବା , ବ୍ରହ୍ମାନନ୍ଦ ପତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ I

ଆହୁରି ପଢନ୍ତୁ : ସ୍ତ୍ରୀକୁ ଗଳାକାଟି ହତ୍ୟା ମାମଲା : ସ୍ବାମୀକୁ ଆଜୀବନ କାରାଦଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.