ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିବିଆଇ ପରେ ସୀମର ଓ୍ବାଙ୍ଖଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Image Courtesy: Mint

ନୂଆଦିଲ୍ଲୀ: ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସମୀର ଓ୍ବାଙ୍ଖଡ଼େଙ୍କ ବିରୁଦ୍ଧରେ ‘ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ’ (ପିଏମଏଲଏ ଆକ୍ଟ) ଜରିଆରେ ମାମଲା ରୁଜୁ ହୋଇଛି । 

ଏହି ମାମଲାରେ ଇଡି ପକ୍ଷରୁ ଅନ୍ୟ କେତେ ଜଣଙ୍କୁ ସମନ ମଧ୍ୟ କରାଯାଇଛି । ମନି ଲଣ୍ଡରିଂ ମାମଲାରେ ଇଡି ସେମାନଙ୍କୁ ପଚରା ଉଚରା କରିବ । ସେପଟେ ଏହି ମାମଲାରେ ଇଡି ଅନେକଙ୍କୁ ପଚରା ଉଚରା ମଧ୍ୟ କରିସାରିଛି । ଏବେ ଯେଉଁମାନଙ୍କୁ ଇଡି ସମନ କରିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏନସିବି ସହ ଜଡ଼ିତ । ସେମାନଙ୍କୁ ପଚରା ଉଚରା କରିବା ଲାଗି ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଡାକିଛି ଇଡି । 

ସମୀର ଓ୍ବାଙ୍ଖଡେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ସିବିଆଇ ୨୦୨୩ ମେ’ ମାସରେ ସମୀର ଏବଂ ଅନ୍ୟ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଆର୍ଯ୍ୟନ ଖାନଙ୍କ ମାମଲାରେ ୨୫ କୋଟି ଟଙ୍କା ମାଗିବା ମାମଲାରେ ଏଫଆଇଆର ହୋଇଥିଲା । ମାମଲା ହୋଇଥିବା ବ୍ୟକ୍ତିମାନେ ପ୍ରଥମ କିସ୍ତିରେ ୫୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ମାମଲା ରୁଜୁ କରିବା ପରେ ସିବିଆଇ ୨୯ଟି ସ୍ଥାନରେ ଚଢ଼ାଉ କରିଥିଲା ।

  • Shahrukh Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.